ବାରିପଦା : ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଓଡିଶା କୋଭିଡ୍-୧୯ ରେଗୁଲେସନ-୨୦୨୦ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରି·ଳନା ବିଭାଗ ନିୟମ ନିଦେ୍ର୍ଦଶାବଳୀ ଅନୁଯାୟୀ ଜିଲ୍ଲା ପ୍ରଶାସନକୁ ଅର୍ପିତ କ୍ଷମତା ସମୟରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମହାମାରୀ କୋରନା ଭୂତାଣୁର ସଂକ୍ରମଣ ପ୍ରତିରୋଧ ଉଦେ୍ଦଶ୍ୟରେ ଜିଲ୍ଲାର ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର (ଟିଏମ୍ସ), କ୍ୱାରେଣ୍ଟାଇନ୍/ଆଇସୋଲେସନ କେନ୍ଦ୍ରରେ ସିଆରପିସି ୧୪୪ ଧାରା ନିଦେ୍ର୍ଦଶନାମା ଜାରି କରିଛନ୍ତି ।
ଜିଲ୍ଲାରେ କୋଭିଡ୍-୧୯ ସଂକ୍ରମଣ ରୋକାଯିବା ପାଇଁ ଅସ୍ଥାୟୀସ୍ୱାସ୍ଥ୍ୟ ଶିବିର (ଟିଏମ୍ସି) କ୍ୱାରେଣ୍ଟାଇନ କେନ୍ଦ୍ର ସତର୍କତା ପଦକ୍ଷେପ ସ୍ୱରସ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଗୁରୁତ୍ୱ ଦିଆଯାଇଥିବା ବେଳେ ଉକ୍ତ କେନ୍ଦ୍ରକୁ ଆବଶ୍ୟକତା ନଥାଇ ବାହାର ଲୋକ ଆସୁଥିବାର ଦୃଷ୍ଟାନ୍ତ ଜିଲ୍ଲାପ୍ରଶାସନର ଦୃଷ୍ଟିଗୋଚରକୁ ଆସିବା ଫଳରେ ରାଜ୍ୟସରକାରଙ୍କ ରାଜସ୍ୱ ବିପର୍ଯ୍ୟୟ ପରି·ଳନା ବିଭାଗ ବିଜ୍ଞପ୍ତି ସଂଖ୍ୟା ୨୮୦୦/୧୮.୦୫.୨୦୨୦ ରିଖ ନିୟମ ନିଦେ୍ର୍ଦଶାବଳୀ ଅନୁଯାଇ ସମସ୍ତ ଟିଏମସି କେନ୍ଦ୍ରକୁ କଣ୍ଟେନମେଣ୍ଟ ଜୋନ ଅଂଚଳ ଭାବେ ଘୋଷିତ କରାଯାଇଛି ।
କୋଭିଡ୍ ସଂକ୍ରମଣର ପ୍ରତିରୋଧ ଉଦେ୍ଦଶ୍ୟରେ ଜିଲ୍ଲା ପ୍ରଶାସନକୁ ଅର୍ପିତ କ୍ଷମତା ପ୍ରାବଧାନତା ବଳରେ ଜିଲ୍ଲାର ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଟିଏମ୍ସି କ୍ୱାରେଣ୍ଟାଇନ/ଆଇସୋଲେସନ କେନ୍ଦ୍ର ଓ କୋଭିଡ ପରିସରର ୫୦ ମିଟର ପରିଧି ଅଂଚଳରେ ସିଆପିସି ୧୪୪ ଧାରା ନିଦେ୍ର୍ଦଶନାମା ଅନ୍ୟାଦେଶ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି । ଉକ୍ତ ନିଷେଧାଞ୍ଚଳରେ କେବଳ ଜରୁରୀ ସ୍ୱାସ୍ଥ୍ୟ ଏବଂ ଅତ୍ୟାବଶ୍ୟକିୟ ସେବା ଯୋଗାଉଥିବା ପ୍ରାଧିକୃତ କର୍ମ·ରୀ/ବ୍ୟକ୍ତି ବ୍ୟତିତ ଅନ୍ୟ କୌଣସି ବାହାର ବ୍ୟକ୍ତି ପ୍ରବେଶ କରିପାରିବେ ନାହିଁ ।
ଏଥି ସହିତ ଉକ୍ତ ଟିଏମ୍ସି ସମେତ ସମଗ୍ର ଜିଲ୍ଲାରେ (ନାଇଟ କର୍ଫୁ) ସଂନ୍ଧ୍ୟା ୭ ଘଟିକା ରୁ ସକାଳ ୭ ଘଟିକା ପର୍ଯ୍ୟନ୍ତ କଟକଣା ଜାରି କରାଯାଇଅଛି । ଏହା ଅମାନ୍ୟ କଲେ ଆଇନନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ତୁରନ୍ତ କାର୍ଯ୍ୟକାରୀତା ପାଇଁ ଜିଲ୍ଲା ଆରକ୍ଷୀ/ସମସ୍ତ ଉପ ଜିଲ୍ଲାପାଳ/ବିଡିଓ/ତହସିଲ ତଥା ଇନସିଡେଣ୍ଟ କମାଣ୍ଡର/ନିର୍ବାହୀ ଅଧିକାରୀ ପୌରାଞ୍ଚଳ/ବିଜ୍ଞାପତି ଅଂଚଳଙ୍କ ବିହୀତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିଦେ୍ର୍ଦଶାନାମାରେ ଅବଗତ କରାଯାଇଛି ।