ଖଲ୍ଲିକୋଟ–୨୪/୦୫–ପ୍ରବାସୀ ଶ୍ରମିକ ମାନେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଘର ବାହୁଡା଼ ହେଉଥିବା ଦେଖିବାକୁ ମିଳୁଛି। ପ୍ରବାସୀ ମାନଙ୍କ ସୁବିଧା ଦୃଷ୍ଟିରୁ ସରକାର ଶ୍ରମିକ ସ୍ପେସାଲ ଟ୍ରେନର ସୁବିଧା କରିଥିବା ବେଳେ, କିଛି ପ୍ରବାସୀ ଶ୍ରମିକ ନିଜର ନିର୍ଧାରିତ ଷ୍ଟେସନ ପୂର୍ବରୁ ଅନ୍ୟ ଷ୍ଟେସନ ରେ ଚେନ ପୁଲିଙ୍ଗ କରି ଓହ୍ଲାଇ ପଡୁଛନ୍ତି ।ଗତକାଲି ଏକ ଶ୍ରମିକ ସ୍ପେଶାଲ ଟ୍ରେନ ରୁ ଚେନ ପୁଲିଂ କରି ଚିଲିକା ଷ୍ଟେସନ ରେ ୩୦୦ ରୁ ଉର୍ଦ୍ଧ୍ବ ଶ୍ରମିକ ଓହ୍ଲାଇ ପଡ଼ିଥିଲେ ।ଆଜି କୋଦଳା ଓ ବେଗୁନିଆପଡା ଅଞ୍ଚଳର ୩୦ ରୁ ଉର୍ଦ୍ଧ୍ବ ପ୍ରବାସୀ ଭେଜିପୁଟ ନିକଟସ୍ଥ କାଳିଜାଇ ପାସେଞ୍ଜର୍ ହଲ୍ଟ ଠାରେ ଓହ୍ଲାଇ ପଡ଼ିଥିବା ଦେଖିବାକୁ ମିଳିଥିଲା।
ଲାଇନ କ୍ଳିଅର ନଥିବା ଯୋଗୁଁ ଷ୍ଟେସନ୍ ରେ ହାଇଦ୍ରାବାଦ ରୁ ଆସିଥିବା ଏକ ଶ୍ରମିକ ସ୍ପେଶାଲ ଟ୍ରେନ ଅଟକି ରହିଥିବା ବେଳେ ଏହି ସମସ୍ତ ବ୍ୟକ୍ତି ଓହ୍ଲାଇ ପଡିଥିଲେ। କରୋନା ସଂକ୍ରମଣର ଆଶଙ୍କା ଥିବାରୁ ସ୍ଥାନୀୟ ଲୋକମାନେ ଏମାନଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ତୁରନ୍ତ ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପିଡିକା ଓ ପୁରା ଟିମ ସହ ସେଠାରେ ପହଞ୍ଚି ପଚାରା ପଚିରି କରିଥିବା ବେଳେ ଭେଜିପୁଟ ତରୁଣ ସଂଘ ର ଯୁବକମାନେ ଖାଇବା ବ୍ୟବସ୍ଥା କରିଛନ୍ତି । ପ୍ରଶାସନ ତରଫରୁ ସେମାନଙ୍କ ସଂଗରୋଧ ଗୃହକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଥିବା ଦେଖିବାକୁ ମିଳିଛି ।