ବାଲିଗୁଡ଼ା,ତା,୧୬/୦୫(ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲାରୁ କେରଳ କୁ ଏକ କାର ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ୪ ଯୁବକ କୁ ଗିରଫ କରିଛି ଅବକାରୀ ବିଭାଗ। ସୂଚନା ମୁତାବକ କେରଳ ରାଜ୍ୟ ର ୪ ଯୁବକ ଶାହୁଲ୍ ହେମିଡ୍ ପିପି (୩୧)ଅଭିଜିତ ସି( ୨୭), ଶ୍ରୀରାଗ(୨୭) ସିସେଲଭା କାର୍ଥସ୍ (୨୦) ଏକ କାର ଧରି କିଛି ଦିନ ବାଲିଗୁଡ଼ା ଅଞ୍ଚଳ ରେ ବୁଲିବା ପରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ସିନ୍ଦ୍ରୀଗାଁ ପଞ୍ଚାୟତ ଅଞ୍ଚଳ ରୁ ୫୨ କେଜି ଗଞ୍ଜେଇ ଅଖା ବସ୍ତା ରେ ଧରି ଯାଉଥିବା ବେଳେ ଅବକାରୀ ଇନ୍ସପେକ୍ଟର ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଗଠିତ ଏକ ଟିମ ମାଡ଼ି ବସିଥିଲା। ଏହା ପରେ ତାଙ୍କୁ ଆଣି ଅବକାରୀ କେଶ ନଂ. ପି.ଆର. ନଂ. ୧୪/୨୦୨୬-୨୭ ରେ ମାମଲା ରୁଜୁ କରି ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଙ୍କ ନିକଟରେ ହାଜର କରିବା ପରେ ବାଲିଗୁଡ଼ା ଉପଖଣ୍ଡ କାରାଗାର କୁ ପଠାଯାଇଥିବା ଜଣାପଡ଼ିଛି ।