Odisha news

ମୂତ୍ରାଶୟରୁ ବାହାରିଲା ଚାର୍ଜିଂ କେବଲ୍‌

0

ଆସାମ : ଆସାମ ହସ୍ପିଟାଲର ଡାକ୍ତର ୱାଲିଉଲ୍‌ ଇସଲାମ୍‌ ଜଣେ ୩୦ ବର୍ଷୀୟ ବ୍ୟକ୍ତିଙ୍କ ମୂତ୍ରାଶୟରୁ ସେଲ୍‌ଫୋନ୍‌ ଚାର୍ଜିଂ କେବଲ୍‌ ବାହାର କରିଛନ୍ତି । ବ୍ୟକ୍ତି ଜଣକ କିଛି ଦିନ ଆଗରୁ ଆସି ପେଟ ବିନ୍ଧା ସମସ୍ୟା କଥା କହି ଭୁଲ୍‌ରେ ହେଡଫୋନ୍‌ କେବଲ୍‌ ଗିଳିଦେଇଥିବା କହିଥିଲେ । ହେଲେ ଏଣ୍ଡୋସ୍କୋପି କରାଯିବାରୁ ତାଙ୍କ ପେଟରେ କୌଣସି କେବଲ୍‌ ନ ଥିବା ଜଣାପଡ଼ିଥିଲା । ଶେଷରେ ଏକ୍ସ-ରେ କରିବାରୁ ତାଙ୍କ ମୂତ୍ରାଶୟରେ କେବଲ୍‌ ଥିବା ଧରାପଡ଼ିଲା । ଡା ଇସ୍‌ଲାମ କହିଛନ୍ତି, ବ୍ୟକ୍ତି ଜଣକ ଯୌନାଙ୍ଗ ମାଧ୍ୟମରେ ଚାର୍ଜିଂ କେବଲ୍‌ ଇନସର୍ଟ କରିଥିବା ସ୍ୱୀକାର କରିଥିଲେ । ଅନୁସନ୍ଧାନରୁ ଜଣାପଡ଼ିଲା ଉକ୍ତ ବ୍ୟକ୍ତି ପୂର୍ବରୁ ବହୁବାର ବିଭିନ୍ନ ସୂକ୍ଷ୍ମ ସାମଗ୍ରୀ ନିଜ ମୂତ୍ରନଳୀ (ୟୁରେଥ୍ରା) ଦେଇ ପ୍ରବେଶ କରାଇଥିଲେ । ଏପରି କାର୍ଯ୍ୟକୁ ଡାକ୍ତରୀ ଭାଷାରେ କୁହାଯାଏ ‘ୟୁରେଥ୍ରାଲ୍‌ ମାଷ୍ଟରବେଶନ୍‌’ ।

Leave A Reply