ଭୁବନେଶ୍ୱର, ୧୧ ।୬: ସାରା ବିଶ୍ୱକୁ କବଳିତ କରିଥିବା କରୋନା ପୀଡ଼ାରେ ଶିଶୁମାନେ ସବୁଠୁ ଅଧିକ ଅସୁରକ୍ଷିତ ହୋଇପଡ଼ିଛନ୍ତି । ଶିଶୁ ମାନେ ଶିକ୍ଷା ଅଧିକାରରୁ ବଞ୍ଚିତ ହୋଇଥିବାବେଳେ ଲକଡାଉନ ର ପରବର୍ତ୍ତି ସମୟରେ ବାଲ୍ୟ ବିବାହ, ଶିଶୁ ଚାଲାଣ ଓ ଶିଶୁ ନିର୍ଯାତନା ବଢିବାର ସମ୍ବାବନା ରହିଛି । ଶିଶୁ ବିରୋଧି ହିଂସା କୁ ରୋକିବା ନିମନ୍ତେ ନ୍ଯାସନାଲ ଆକ୍ସନ୍ ଆଣ୍ଡ କୋର୍ଡିନେସନ ଗୃପ ଫର୍ ଏଂଡିଙ୍ଗ ଭାୟୋଲେନ୍ସ ଏଗେଂଷ୍ଟ ଚିଲ୍ଦ୍ରେନ (ଏନ.ଏ.ସି.ଜି.-ଇଭାକ୍),ଭାରତ ପକ୍ଷ୍ରୁ ଆୟୋଜିତ ଏକ ଭିଡିଓ ପରାମର୍ଶ ସମ୍ମେଳନ ରେ କୋଭିଡ୧୯ ଲକଡାଉନ ର ପରବର୍ତ୍ତି ସମୟରେ ଶିଶୁ ମାନଙ୍କ ଉପରେ ସମ୍ଭାବ୍ଯ ହିଂସା କୁ ନିରୋଧ କରିବା ନିମନ୍ତେ ଚିନ୍ତା ପ୍ରକଟ କରିବା ସହିତ ଶିଶୁଙ୍କୁ ସୁରକ୍ଷା ଦେବା ପାଇଁ ମିଳିତ ପ୍ରୟାସ ଓବ ବିଧିବଦ୍ଧ କାର୍ଯ୍ୟପନ୍ଥା ର ଆବଶ୍ଯକତା ରହିଛି ବୋଲି ମତ ବ୍ଯକ୍ତ କରିଛନ୍ତି । ଏନଏସିଜି-ଇଭିଏସିର ଅଧ୍ୟକ୍ଷ ରଞ୍ଜନକୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିଡିଓ କନଫରେନ୍ସ ଜରିଆରେ ଦେଶ ର ବହୁ ସଙ୍ଗଠନର ପ୍ରମୁଖ କାର୍ଯ୍ୟକର୍ତ୍ତା ସମ୍ପ୍ରତିକ ପରିସ୍ଥିତି ରେ ଶିଶୁ ସୁରକ୍ଷା ଅଭିଯାନ ତ୍ୱରାନ୍ୱିତ କରିବାକୁ ମତପୋଷଣ କରିଛନ୍ତି ।
ଏହି ଅଲୋଚନାଚକ୍ର କୁ ଉଦ୍ଘାଟନ କରି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) ର ଅଧକ୍ଷ ଶ୍ରୀଯୁକ୍ତ ପ୍ରିୟଙ୍କ କାନୁନଗୋ କହିଲେ ଯେ ଯୋଗାଣ କ୍ଷେତ୍ର ଓ ଉତ୍ପାଦନ କ୍ଷେତ୍ର କୁ ଶିଶୁ ଶ୍ରମ ମୁକ୍ତ କରିବା ଅତ୍ଯନ୍ତ ଜରୁରୀ । ସେ ଅହୁରି ମଧ୍ଯ କହିଥିଲେଯେ କୋଭିଡ଼ ୧୯ ଲକଡାଉନ ପରିସ୍ଥିତିରେ ଶିଶୁ ମାନଙ୍କର ହିତ ଉଦ୍ଦେଶ୍ୟରେ ଘରୋଇ ଶିକ୍ଷା ଅନୁଷ୍ଠାନ ଗୁଡିକ ଯେଉଁ ଅନଲାଇନ ଶିକ୍ଷା ବ୍ୟବସ୍ଥା କରିଛନ୍ତି ତାହାର ପ୍ରଭାବ ସୁଦୂର ପ୍ରସାରି ଓ ଏଥିରେ ମଧ୍ଯ ଶିଶୁ ଶୋଷଣ ର ଭୟ ମଧ୍ଯ ରହିଛି । ପିଲା ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସରକାରୀ ଯୋଜନା ମଧ୍ଯ କୋଭିଡ ୧୯ ଯୋଗୁଁ ଠିକ ରୁପେ କାର୍ଯ୍ଯକାରୀ ହେବାରେ ବାଧାପ୍ରାପ୍ତ ହେଉଛି । ଏହି ସବୁ ଦିଗକୁ ଅଖି ଆଗରେ ରଖି ପଦକ୍ଷେପ ନବାକୁ ପଡିବ ବୋଲି ସେ ମତ ବ୍ଯକ୍ତ କରିବା ସହ ସମସ୍ତେ ମିଳିତ ଉଦ୍ଯମ କଲେ ଆମେ ପିଲା ମାନଙ୍କୁ ଉପଯୁକ୍ତ ସୁରକ୍ଷା ଦେଇ ପା ରି ବା ବୋଲି କହିଥିଲେ ।