Odisha news

ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଆଦର୍ଶରେ ପଶ୍ଚିମବଙ୍ଗରେ ସରକାର ‌ପରିଚାଳିତ ହେବ : ମୋହନ ଚରଣ ମା

0

କୋଲକାତା/ଭୁବନେଶ୍ବର: ବିଧାନସଭା ନିର୍ବାଚନ-୨୦୨୬ରେ ଭବାନୀପୁରରେ ମମତା ବାନାର୍ଜୀ ଏବଂ ନନ୍ଦିଗ୍ରାମରେ ପବିତ୍ର କରଙ୍କୁ ପରାସ୍ତ କରି ବିଧାୟକ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଘୋଷଣା ଅବସରରେ ଶ୍ରୀ ମାଝୀ କହିଛନ୍ତି, ବିଜେପି ପଶ୍ଚିମବଙ୍ଗରେ ଇତିହାସ ରଚିଛି। ପଶ୍ଚିମବଙ୍ଗର ଜନତା ବିଜେପିକୁ ସେବା କରିବାକୁ ସୁଯୋଗ ଦେଇଛନ୍ତି। ଏଠାରେ ନୂଆ ଇତିହାସ ଲେଖାଯିବ।

ଆଜିର ଦିନରେ ଯେଉଁ ସଫଳତା ମିଳିଛି ଏହା ହେଉଛି ସଂଘର୍ଷର ଫଳ। ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଢ଼ିବା ପାଇଁ ଦୀର୍ଘ ବର୍ଷ ହେଲା ସଂଘର୍ଷ କରିଆସିଛି। ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଆଦର୍ଶରେ ପଶ୍ଚିମବଙ୍ଗରେ ସରକାର ‌ପରିଚାଳିତ ହେବ। ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ସହ-ପର୍ଯ୍ୟବେକ୍ଷକ ମୋହନ ଚରଣ ମାଝୀ ଆଜି କୋଲକାତାରେ ଏହା କହିଛନ୍ତି।

ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ପଶ୍ଚିମଙ୍ଗର ଜନତା ଦୁର୍ନୀତିକୁ ବିରୋଧ କରିଛନ୍ତି। ମୋଦୀଙ୍କ ନେତୃତ୍ବକୁ ସମର୍ଥନ ଜଣାଇଛନ୍ତି। ଦେଶର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କାମ କରୁଛନ୍ତି। ସେ ଲକ୍ଷ୍ୟ ରଖିଛନ୍ତି ଯେ, ପୂର୍ବୋଦୟରୁ ଭାରତର ବିକାଶ ସମ୍ଭବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଙ୍ଗ, ବଙ୍ଗ ଏବଂ କଳିଙ୍ଗ ମିସନ ପୂରା ହୋଇଛି। ମୁଖ୍ୟମନ୍ତ୍ରୀ ଘୋଷିତ ଶୁଭେନ୍ଦୁ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଉଛି। ଦିଲ୍ଲୀପ ଘୋଷ ଏବଂ ଅଗ୍ନିମିତ୍ର ପଲ୍‌ଙ୍କୁ ଅଭିନନ୍ଦନ ଜଣାଉଛି। ଆପଣମାନେ ଅନ୍ୟାୟ ବିରୋଧରେ ଲଢ଼େଇ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶା ଏବଂ ପଶ୍ଚିମବଙ୍ଗର ସଂପର୍କ ମଧ୍ୟରେ ନିଆରା ଅନୁଭୂତି ପରିଲକ୍ଷିତ ହୋଇଥାଏ। ଉଭୟ ରାଜ୍ୟର ଲୋକେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଗଭୀର ଭକ୍ତି କରିଥାନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଆତ୍ମବିଭୋର ହୋଇଯାଆନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦରୁ ଅସମ୍ଭବ କାମ ସମ୍ଭବ ହୋଇପାରିଛି। ସେହିପରି ମା କାଳୀ ମଧ୍ୟ ଆମକୁ ଆଶୀର୍ବାଦ କରିଛନ୍ତି।

Govt
Leave A Reply