ବ୍ରହ୍ମ ମୁହୂର୍ତ୍ତ ୩ଟା ୨୦ ରୁ ୩ଟା ୪୦ ସମୟ ମଧ୍ୟରେ କଣ ରହିଛି ବିଶେଷତା : ଆସନ୍ତୁ ଜାଣିବା ସଦ୍ଗୁରୁ ଙ୍କ ନିକଟରୁ ବ୍ରହ୍ମ ମୁହୂର୍ତ୍ତର ମହତ୍ୱ
ଆଜିକାଲି ଆମ ସକାଳ ର ଆରମ୍ଭ ଆଲାର୍ମ ର ଶବ୍ଦ ରୁ ଆରମ୍ଭ ହେଉଛି, କିନ୍ତୁ ସଦ୍ଗୁରୁ ମତରେ ସକାଳୁ ଉଠିବାର ପ୍ରକୃତ ସମୟ ୩ଟା ୨୦ ରୁ ୩ଟା ୪୦ ମିନିଟ ମଧ୍ୟରେ ଅଟେ l ଏହି ସମୟ କୁ ବ୍ରହ୍ମମୁହୂର୍ତ୍ତ ସମୟ କୁହାଯାଏ l ମାନ୍ୟତା ରହିଛି ଯେ ଏହି ସମୟରେ ପ୍ରକୃତି ଓ ମାନବ ଶରୀରର ଉର୍ଜା ସନ୍ତୁଳିତ ରହିଥାଏ l ତେଣୁ ଏହି ସମୟ ଧ୍ୟାନ, ଯୋଗ ଓ ଦିନ ଆରମ୍ଭ ପାଇଁ ସଠିକ ସମୟ l
ସଦ୍ଗୁରୁ ଙ୍କ ମତରେ ସକାଳୁ ସୂର୍ଯ୍ୟ ଉଦୟ ର ଦେଢ଼ ଘଣ୍ଟା ପୂର୍ବର ସମୟ ହେଉଛି ଦେବତାଙ୍କୁ ଆରାଧନା କରିବାର ପ୍ରକୃତ ସମୟ l ଏହି ସମୟରେ ବାତାବରଣ ଶାନ୍ତ ଥାଏ ଏବଂ ମଣିଷ ମଧ୍ୟରେ ଉର୍ଜା ଅଧିକ ଆସିଥାଏ l
ବ୍ରହ୍ମ ମୁହୂର୍ତ ୩ଟା୨୦ ମିନିଟ ରୁ ୩ଟା୪୦ ମଧ୍ୟରେ ଆରମ୍ଭ ହୋଇଥାଏ l ଏବଂ ଏହି ସମୟ ରେ ମସ୍ତିସ୍କ ଅଧିକ ସଫା ରହିଥାଏ l ଏବଂ ମଣିଷର ଚିନ୍ତାଧାରା ସୁନ୍ଦର ରହିଥାଏ l ଏବଂ ମନ ଓ ବାତାବରଣ ରେ ସନ୍ତୁଳନ ରହିଥିବାରୁ ଦିନର ଆରମ୍ଭ ଭଲରେ ହୋଇଥାଏ l
ବ୍ରହ୍ମ ମୁହୁର୍ତରେ କରନ୍ତୁ ଏହି କାର୍ଯ୍ୟ -:
* ସଦ୍ଗୁରୁ ଙ୍କ ମତରେ ବ୍ରହ୍ମ ମୁହୁର୍ତରେ ସ୍ନାନ କରିବା ଦ୍ୱାରା ଶରୀର ସହିତ ମନ ମଧ୍ୟ ସଫା ହୋଇଯାଏ, ଏହାଦ୍ୱାରା ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ l ଏବଂ ଦିନର ଆରମ୍ଭ ସକାରାତ୍ମକ ଚେତନା ରେ ହୋଇଥାଏ l ଏହି ସମୟର ସ୍ନାନ ଶରୀର କୁ ସତେଜ ରହିଥାଏ, ମନକୁ ଶାନ୍ତ ରଖେ, ଏବଂ ଆତ୍ମାକୁ ଶାରୀରିକ ଓ ମାନସିକ ଭାବରେ ସୁସ୍ଥ ରଖିଥାଏ l
* ବ୍ରହ୍ମ ମୁହୁର୍ତରେ ମହାଶୂନ୍ୟ ରେ ସକାରାତ୍ମକ ଶକ୍ତି ବିଚରଣ କରନ୍ତି, ତେଣୁ ଏହି ସମୟ ମଧ୍ୟରେ ପୂଜା, ପାଠ ଓ ପ୍ରାର୍ଥନା ଇତ୍ୟାଦି ର ବିଶେଷ ମହତ୍ୱ ରହିଛି l କୁହାଯାଏ ଯେ ଏହି ସମୟ ମଧ୍ୟରେ ମା ସରସ୍ବତୀ ପୃଥିବୀ ପୃଷ୍ଠକୁ ବିଚରଣ କରିବାକୁ ଆସନ୍ତି ଏବଂ ପ୍ରତ୍ୟେକ ଶୁଭ କାର୍ଯ୍ୟ ପାଇଁ ତାଙ୍କ ପାଟିରୁ ତଥାସ୍ତୁ ବାହାରି ଥାଏ ଯାହାକି ଦର୍ଶାଇଥାଏ ଯେ ସରସ୍ୱତୀଙ୍କୁ ପୂଜା କରିବା ଆବଶ୍ୟକ l
* ବ୍ରହ୍ମ ମୁହୁର୍ତରେ ତୁଳସୀ ପୂଜନ ର ବିଶେଷ ମହତ୍ୱ ରହିଛି, ଏହି ସମୟ ରେ ତୁଳସୀ ଙ୍କୁ ଜଳ ଅର୍ପଣ କଲେ ସକରତ୍ମକପରିଣାମ ମିଳିଥାଏ, ଜୀବନ ରୁ ସମସ୍ତ ଅସୁବିଧା ଦୂର ହୋଇ କ୍ୟାରିଅର ଭଲ ହୋଇଥାଏ l