Odisha news

କରୋନା ମହାଦୁର୍ନୀତିକୁ ନେଇ ସିବିଆଇକୁ ଘେରିଲା ନବନିର୍ମାଣ କୃଷକ ସଙ୍ଗଠନ

0

ଭୁବନେଶ୍ୱର,୧୧/୬ : କରୋନା ମହାଦୁର୍ନୀତିକୁ ନେଇ ଆଜି ସିବିଆଇ କାର୍ଯ୍ୟାଳୟ ଘେରିଛି ନବର୍ନିମାଣ କୃଷକ ସଙ୍ଗଠନ । ଖାଲି ସିବିଆଇ ଅଫିସ୍ ଘେରିନି ନବୀନଙ୍କ ସ୍ୱଚ୍ଛ ଭାବମୂର୍ତ୍ତିକୁ ନିଶାଣ କରିଛି ମଧ୍ୟ । ସରକାରଙ୍କ ସଟ୍‌୍‌ଡାଉନ୍‌, ଲକଡାଉନ୍‌୍‌୍‌କୁ ବେଖାତିର କରି ନବନିର୍ମାଣ କୃଷକ ସଙ୍ଗଠନ, ଯୁବ ସଙ୍ଗଠନର ଶତାଧିକ କର୍ମୀ ହାତରେ ଜାତୀୟ ପତାକା ଓ ଦୁର୍ନୀତି ବିରୋଧୀ ପତାକା ଧରି ସିବିଆଇ କାର୍ଯ୍ୟାଳୟ ଘେରାଉ କରିଥିଲେ । ଗାଁ ଗାଁରେ ଶୁଭୁଛି ସ୍ୱର ନବୀନ ପଟ୍ଟନାୟକ ବଡ଼ ଚୋର, ଗାଁଠୁ ସହର ପଡ଼ିଛି ହୁରି ନବୀନ ସରକାର କରିଛି ଚୋରି, ଅଚ୍ୟୁତ, ମନୋଜ ବୁଝିଲେ ଟଙ୍କା ନବୀନଙ୍କ ମୁହଁ ହୋଇଛି ବଙ୍କା । ସେମାନଙ୍କର ସିବିଆଇ ଅଫିସ୍ ପ୍ରକମ୍ପିତ କରିଥିଲେ । ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଏଣିକି ନବନିର୍ମାଣ କୃଷକ ସଙ୍ଗଠନ କେବଳ କୃଷି ସମସ୍ୟା ନୁହେଁ ବରଂ ରାଜ୍ୟର ସ୍ୱାର୍ଥ ସମ୍ବଳିତ ଯେତେ ସମସ୍ୟା ଓ ସମସ୍ତ ଜନବିରୋଧୀ ନୀତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ । ଆଉ ବେଶିଦିନ ନବୀନଙ୍କ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ । ମାସ୍କ କିଣାଠାରୁ ଭେଣ୍ଟିଲେଟର କିଣାରେ ଯେଭଳି ବଡ଼ ଧରଣର ନଗ୍ନ ଦୁର୍ନୀତି ହୋଇଛି ସେଥିରୁ ସରକାରଙ୍କୁ ହୁଗୁଳିବାକୁ ଦିଆଯିବ ନାହିଁ । ଲୋକଙ୍କ ଲୁଟ୍ ଟଙ୍କା ଫେରିବା ସହିତ ଏଭଳି ଦୁର୍ନୀତି କରୁଥିବା ଅଫିସରଙ୍କୁ ଜେଲ୍ ପଠାଇବା ଯାଏଁ ସଂଗ୍ରାମ ଜାରି ରହିବ । ଓଡ଼ିଶାର ରାଜନୈତିକ କ୍ଷେତ୍ରରେ ଶୂନ୍ୟତା ବିଜେଡ଼ିକୁ ଦୁର୍ନୀତିଗ୍ରସ୍ତ କରିଛି । ଯୁବଛାତ୍ର, ମଜଦୁର କୃଷକଙ୍କୁ ନେଇ ଏହି ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନକୁ ଏଭଳି ତେଜିୟାନ କରାଯିବ ଯେ ଆସନକୁ ମୋଡ଼ିଚକଟି କ୍ଷମତାର ଅପବ୍ୟବହାର କରିବାକୁ ଆଉ କେହି ସାହସ କରିବେ ନାହିଁ । ଲକ୍‌ଡାଉନ୍‌, ସଟଡାଉନ୍ ନାମରେ ଲୋକଙ୍କ ପେଟକୁ ଗୋଇଠା ମାରି ଲକ୍ଷ ଲକ୍ଷ ଲୋକଙ୍କ ରୋଜଗାର ଖତମ କରି ବିପର୍ଯ୍ୟୟ ସମୟରେ ଲୋକଙ୍କୁ ଓ ରାଜ୍ୟକୁ ଲୁଟ୍ କରୁଥିବା ଆଇ.ଏ.ଏସ୍ ଓ ରାଜନେତାମାନେ ସୟିତାନଙ୍କଠାରୁ ଭୟଙ୍କର । ଏଭଳି ନେତାଙ୍କର ମୁଖା ଖୋଲିବା ପାଇଁ ତୁରନ୍ତ ସିବିଆଇ ତଦନ୍ତ ଲୋଡ଼ା । ସଙ୍ଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ସମ୍ ଓ କିଟ୍‌କୁ ଦିଆଯାଇଥିବା ଶହ ଶହ କୋଟିର ଅନୁଦାନର ବୈଧତା ଉପରେ ପ୍ରଶ୍ନ ଉଠାଇ ସରକାର ତୁରନ୍ତ ଏହି ଚୁକ୍ତିନାମାକୁ ବାତିଲ୍ କରି ଟଙ୍କା ଫେରାଇ ଆଣିବାକୁ ଦାବି କରିଥିଲେ । ସାମାନ୍ୟ ଖର୍ଚ୍ଚ ପାଇଁ ଶହ ଶହ କୋଟି ଟଙ୍କା ବିଜେଡ଼ି ସାଂସଦ ଓ ସହଯୋଗୀଙ୍କୁ ଦିଆଯାଇଥିବାରୁ ଏହି ଅର୍ଥ ବିଜେଡ଼ି ପାଣ୍ଠିକୁ ଦିଆଯାଇଛି ବୋଲି ସେ ଅଭିଯୋଗ କରିବା ସହ ଏହି ଚୁକ୍ତିନାମା କାହିଁକି ସାର୍ବଜନୀନ କରାଯାଉନାହିଁ ବୋଲି ସେ ପ୍ରଶ୍ନ ଉଠାଇଥିଲେ । ସେଭଳି ସେ ଅଶ୍ୱିନି ହସପିଟାଲ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ହସପିଟାଲକୁ କେତେ ଅର୍ଥ ଦିଆଯାଇଛି ସେ କଥା ସାର୍ବଜନିକ ହେଉ । ସଙ୍ଗଠନ ରାଜ୍ୟ ସହ ସଂଯୋଜକ ଉମାକାନ୍ତ, ଭରତ, ଯୁବଛାତ୍ର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ ସରକାରଙ୍କୁ ସମାଲୋନା କରି କହିଲେ ଯେ ମାସ୍କ କିଣା ଦୁର୍ନୀତି ଖୁଲମଖୁଲା ହୋଇଥିବାରୁ ଯୁବଛାତ୍ର ଓ କୃଷକନେତାମାନେ ଏବେ ମୁହଁରୁ ତୁଣ୍ଡି ଖୋଲି ତୁଣ୍ଡ ଖୋଲିବାର ବେଳ ଆସିଛି ବୋଲି କହିଥିଲେ । ସଟଡାଉନ୍ ଓ ଲକ୍‌୍ ଡାଉନକୁ ଡରିବେଶି ଦିନ ଚୁପ୍ ରହିଲେ ନେତାମାନେ ସବୁ ଲୁଟ୍ କରି ଖାଇଯିବେ ବୋଲି ରଶ୍ମିରଞ୍ଜନ ସ୍ୱାଇଁ ଓ ନିମାଇଁ ରାୟ ଅଭିଯୋଗ କରିଥିଲେ ।

Leave A Reply