Odisha news

ୟୁଥ ଫାଉଣ୍ଡେସନ ପକ୍ଷରୁ କରୋନା ପାଇଁ ସହାୟତା

0

ଜଗତସିଂହପୁର. ୧୧-0୬ ସମାଜ ସେଵୀ ଇଞ୍ଜିନିଅର ମାନସ ସାହୁଙ୍କ ଦ୍ଵାରା ସହାୟତା  l ସରକାରୀ ଓ ବେସରକାରୀ ସଂସ୍ଥା ବା ଅସହାୟ ଲୋକମାନଙ୍କୁ ସାହାର୍ଯ୍ୟର ହାତ ବଢାଇ ଆସିଛନ୍ତି l ବାଲିକୁଦା ଏରସମା ୟୁଥ ଫାଉଣ୍ଡେସନ ଏକ ଯୁବ ସଂଗଠନ ଦ୍ଵାରା କରୋନା ମହାମାରୀରେ ଅନେକ କାର୍ଯ୍ୟକ୍ରମ କରିଆସୁଛନ୍ତି. ସେଥି ମଧ୍ୟରୁ ତିନୋଟି ଅତ୍ୟନ୍ତ ଆବଶ୍ୟକ କାର୍ଯ୍ୟକ୍ରମ କରିଥିଲେ. ଯୁବ ସଂଗଠନ ୟୁଥ ଫାଉଣ୍ଡେସନ ତରଫରୁ. ଓଷକଣା ଗ୍ରାମ ପଂଚାୟତରେ ହଜାର ହଜାର ମାସ୍କ ତିଆରି କରୁଥିବା ଓମଂ ସାଇ ପୋଷାକ ପ୍ରସ୍ତୁତି ଗୋଷ୍ଠୀକୁ ସିଲେଇ ମେସିନ୍ ପ୍ରଦାନ କରିଥିଲେ l ସେଥି ମଧ୍ୟରୁ ଅପଣ୍ଡାରା ପଂଚାୟତର ଏକ ଅସହାୟ ପରିବାରର ମାସକୁ ୧୫ ଶହ ଟଙ୍କା ଏଲ. ଆଇସି ରାଶି ଭରୁଥିବା ବେଳେ, ସୋମପୁର ପଂଚାୟତରେ ଜଣେ କୀଡୀନି ରୋଗରେ ପୀଡିତ ବେକ୍ତିଙ୍କୁ ମେଡ଼ିସିନ୍ ଯୋଗାଇବା ସହିତ, ଆଜୀବନ ମେଡ଼ିସିନ୍ ଯୋଗାଇବେ ବୋଲି ପ୍ରତିଶୃତି ଦେଇଛନ୍ତି l ମହାମାରୀ ପୂର୍ବରୁ ମଧ୍ୟ ବହୁ ଅସହାୟ ଲୋକମାନଙ୍କୁ ସାହାର୍ଯ୍ୟର ହାତ ବଢାଇଥିଲେ, ୟୁଥ ଫାଉଣ୍ଡେସନ ଯୁବ ଗୋଷ୍ଠୀର ଇଞ୍ଜିନିଅର ମାନସ ସାହୁ ବାଲିକୁଦା ଏରସମାରେ କରୋନା ମହାମାରୀ ମୁକାବିଲା କରିବା ପାଇଁ ୟୁଥ ଫାଉଣ୍ଡେସନର ଉପଦେଷ୍ଟା ଶ୍ରୀ ସାହୁ ସମାଜ ପାଇଁ ଗୋଟେ ବଡ କର୍ତ୍ତବ୍ୟ ଭାବି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି l

Leave A Reply