ଖଲ୍ଲିକୋଟ-ଆଉ ସୁରତ ଯିବୁ ନାହିଁ ।ରାଜ୍ୟ ସରକାର ଏଠି ଆମକୁ ଯେ କୌଣସି କାମ ଦେଲେ ଆମେ କରିବୁ ବୋଲି କହିଛନ୍ତି ପ୍ରବାସୀ ଓଡ଼ିଆ ।ରାଜ୍ୟରେ କାମ ଦେବାକୁ ଅନୁରୋଧ କରିଛନ୍ତି ସୁରତ ଫେରନ୍ତା l ଏମାନେ ହେଉଛିନ୍ତି ଖଲ୍ଲିକୋଟ ବ୍ଲକ କମଳାପଦର ଗାଁ ର ସୁରତ ଫେରନ୍ତା ବୁଦ୍ଧିଆ ସ୍ବାଇଁ ଓ ବାବୁଲା ସ୍ବାଇଁ । ଏମାନଙ୍କ କହିବା କଥା ସୁରତ କୁ ଆଉ ଯିବୁନି, କରୋନା ଭୟରେ ସିନା ଗାଁ କୁ ଆସିଲୁ ହେଲେ ଆଉ ଯିବାକୁ ଇଛା ହେଉନି l କେବଳ କରୋନା ଭୟ ନୁହଁ ଅନ୍ୟ ରାଜ୍ୟରେ ଆମେ ଅନେକ ନିର୍ଯ୍ୟାତନା ପାଇଛୁ , କାମ କରୁଥିବା ମାଲିକ ଠୁ ଅନେକ ଗାଳି ଶୁଣୁଛୁ , ମାଡ଼ ମଧ୍ୟ ଖାଇଛୁ, ହେଲେ ଆଉ ନୁହଁ ଏଠି ଅାମ ରାଜ୍ୟ ରେ ଆମକୁ କାମ ଦିଅନ୍ତୁ ସରକାର ।, ଏଠି କଳକାରଖାନା କରନ୍ତୁ ଆମେ ଏଠି ଖଟି ଖାଇବୁ, ଘର ପରିବାର ପାଖରେ ରହିବୁ l
-ଏମିତିରେ ଚାଷ କାର୍ଯ୍ୟ ଜଣା ନାଁହିଁ ତାହା ତ କରିବା ଅସମ୍ଭବ କେମିତି ଚଳିବୁ , କେମିତି ଅାମ ପିଲା ପରିବାର ଚଳିବେ ବୋଲି ବୋଲି ପ୍ରଶ୍ନ କରିଛନ୍ତି ବାବୁଲା ଓ ବୁଦ୍ଧିଆ ।ଏହା ସହ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ଆମକୁ ଏଠି ଯେକୌଣସି କାର୍ଯ୍ୟରେ ନିୟୋଜିତ କରନ୍ତୁ ଆମେ ସବୁ କାମ କରିବାକୁ ରାଜି କିନ୍ତୁ ଆମେ ଅାମ ଭିଟାମାଟି ଛାଡ଼ି ଆଉ ବାହାର ରାଜ୍ୟ କୁ ଯିବୁ ନାଁହିଁ l ବାବୁଲା ଓ ବୁଦ୍ଧିଆ ତାଙ୍କ ପରିବାର ର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ।ଏମାନଙ୍କ ଉପରେ ପରିବାର ସମ୍ପୂର୍ଣ୍ଣ ନିର୍ଭରଶୀଳ ।
ଏବେ ସେମାନେ ସୁରଟ ଯିବାକୁ ଚାହୁଁ ନ ଥିବାରୁ ପରିବାର କିପରି ଚଳିବ ଚିନ୍ତାରେ ପଡିଯାଇଛନ୍ତି ।ଏହା କେବଳ ବାବୁଲା ଓ ବୁଦ୍ଧିଆ ଙ୍କ କଥା ନୁହେଁ, ଏମାନଙ୍କ ଭଳି ହଜାର ହଜାର ପ୍ରବାସୀ ଓଡ଼ିଆ ଏବେ ବାହାର ରାଜ୍ୟ କୁ ଫେରିବେ କି ନାହିଁ ଦ୍ଵନ୍ଦ ରେ ରହିଛନ୍ତି ।ବର୍ତ୍ତମାନ ଖଲ୍ଲିକୋଟ ବ୍ଲକ କୁ ବାହାର ରାଜ୍ୟ ରୁ ୧୦ ହଜାର ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡ଼ିଆ ଫେରିଛନ୍ତି ।ସେମାନଙ୍କ ପାଇଁ ଏଠାରେ ରାଜ୍ୟ ସରକାର କାମଧନ୍ଦା ଯୋଗାଇ ଦେଲେ ସେମାନେ ଆଉ ବାହାର ରାଜ୍ୟ କୁ ଯାଇ ନିର୍ଯ୍ୟାତନାର ଶିକାର ହୁଅନ୍ତେ ନାହିଁ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି ।