Odisha news

ଉଦୟଗିରି : ଚାରିନଙ୍ଗଳ ଗ୍ରାମ ପଞ୍ଚାୟତର ଗହର ନଗର ଗାଁ , ସ୍ୱାଧୀନତାର ଦୀର୍ଘବର୍ଷରେ ପରେ ବି ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ

0

ଉଦୟଗିରି :  ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଚାରିନଙ୍ଗଳ ପଞ୍ଚାୟତ ୧୯ ନଂ ଓାଡ୍ରର ରାସ୍ାତକୁ ଅନୁଧ୍ୟାନ କଲେ ଏହା କେ.ବି.କେ ଜିଲ୍ଲାର କେଉଁ ଉପାନ୍ତ ଇଲାକା ଭଳି ମନେ ହୁଏ । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଗାଁ କୁ ସବୁଦିନିଆ ରାସ୍ତାଟିଏ ନାହିଁ । ସାମନ୍ୟ ଅସରାଏ ବର୍ଷ ହେଲେ ଗାଁ ଲୋକେ ଯାତାୟତରେ ସମସ୍ୟା ଭୋଗିଥାନ୍ତି ।

ଏନେଇ ବର୍ଷ ବର୍ଷଧରି ଗ୍ରାମବାସୀ ମାନେ ସରକାରୀ ଅଧିକାରୀ ଙ୍କ ଠାରୁ ଜନପ୍ରତିନିଧି ମାନଙ୍କ ନିକଟରେ ଗୁହାରି କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏପରି ଅବସ୍ଥା ଦେଖାଦେଇଛି ବଡଚଣା ବ୍ଲକ ଚାରିନଙ୍ଗଳ ପଞ୍ଚାୟତ ଅନ୍ତର୍ଗତ ଗହରନଗର ଗ୍ରାମର ୧୯ ନଂ ଓାର୍ଡ (ବିଲୁଆସାହି)  ।

ଏହି ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାାସ୍ତାଟି ଅବସ୍ଥା ବର୍ଷ ବର୍ଷଧରି ଖରାପ ରହିଥିଲେ ମଧ୍ୟ ଆଜି ଯାଏ କଂକ୍ରିଟ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ । ପ୍ରତ୍ୟେକ ବର୍ଷ ବିର୍ବାଚନ ସମୟରେ ଏହି ରାସ୍ତା ଉନ୍ନତିକରଣ ନେଇ  ଜନପ୍ରତିନିଧି ମାନେ  ପ୍ରତିଶୃତି ଦେଇଥାନ୍ତି ମାତ୍ର ଆଜି ଯାଏ କେହି ଜଣେ ହେଲେବି  ନିଜର ପ୍ରତିଶୃତ ରକ୍ଷା କରିନାହନ୍ତିା  ତେବେ ବର୍ଷ ଦିନେ ରାସ୍ତା ଅବସ୍ଥା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥାଏ ।

ଗାଡିମୋଟର ଦୂର କଥା ପାଦରେ ଚାଲିକି ଯିବା ମଧ୍ୟ ସମ୍ଭବ ହୋନଥାଏ । ରାସ୍ତାର ଏପରି ଅବସ୍ଥା ଯୋଗୁ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟକୁ ଯିବା ଆସିବାରେ ସମସ୍ୟା ଭୋଗିଥାନ୍ତି ସେହିପରି ଆଜି ଯାଏ ଗ୍ରାମ ମଧ୍ୟକୁ ରାସ୍ତାର ଦୂରାବସ୍ଥା ପାଇଁ ଆମ୍ବୁଲାନ୍ସ ଟିଏ ମଧ୍ୟ ଯାଇପାରିନାହିଁ । ତେବେ ରାସ୍ତାର ଅବସ୍ଥା ଯାହା ଥିଲା ଏବେ ଗହରନଗର ଠାରେ ନିର୍ମାଣ କରାଯାଉଥିବା ପାନୀୟଜଳ ପ୍ରକଳ୍ପ ପାଇଁ ତାହାକୁ ଠିକା ସଂସ୍ଥା ପକ୍ଷରୁ ଖୋଳି ଦିଆଯାଇ ଥିବାରୁ  ରାସ୍ତା ସମସ୍ୟା ଦ୍ୱିଗୁଣିତ ହୋଇଯାଇଛି ।

ଏସମ୍ପର୍କରେ  ଠିକା ସଂସ୍ଥାନିକଟରେ ବହୁବାର ଅଭିଯୋଗ କଲା ପରେ ମଧ୍ୟ କୌଣସି ସୁଫଳ ମିଲିନାହିଁ । ସ୍ୱାଧୀନତା ପୂର୍ବରୁ ଆମେ ଯେପରି ଥିଲୁ ଆଜି ବି ସେପରି ଅବସ୍ଥାର ରହିଛୁ ବୋଲି ଗାଁର କେତେକ ବୟୋଜ୍ୟେଷ୍ଠ ବ୍ୟକ୍ତି କ୍ଷୋଭର ସହ କହିଛନ୍ତି । ତେବେ ତୁରନ୍ତ ରାସ୍ତା ସମସ୍ୟାର ସମାଧାନ କରାନଗଲେ ଆମେ ଆନେ୍ଦାଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମର ନୁରୁଦ୍ଦିନ ଖାଁ, ଓାର୍ଡ ସଭ୍ୟ ସାକିର ଖାନ, ଦୟାନ ଖାନ,ଫକିର ମହମ୍ମଦ, ସେକ ଫିରୋଜ ମହମ୍ମଦ, ଆୟୁବ ଖାନ,ସେକ ଅବଦୁଲ୍ଲା, ସମସୁଲ ଖାଁ, ସେକ ଜାକିର ମହମ୍ମଦ, ମୁସ୍ତାକ ଖାଁ ଙ୍କ ସମେତ ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଏହି ଗ୍ରାମର ରାସ୍ତା ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

Leave A Reply