Odisha news

ରଘୁନାଥପୁର : ୧୪୨ ବୋତଲ ବିଦେଶୀ ମଦ ଜବତ , ଆସାମୀକୁ କୋର୍ଟଚାଲାଣ

0

ରଘୁନାଥପୁର : ସରକରାଙ୍କ ନିଷ୍ପତି କ୍ରମେ ମଦ ଦୋକାନରେ ମଦ ବିକ୍ରିନହୋଇ ଅନଲାଇନରେ ବୁକିଙ୍ଗ କଲେ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ପାଖରେ ମଦ ପହଁଚିଂବା ପାଇଁ ନିଦେ୍ର୍ଧଶନାମା ଜାରି ହୋଇଥିଲେ ସୁଧା ସହରାଚଂଳ ଠାରୁ ଆରମ୍ଭ କରି ଗ୍ରାମାଚଂଳ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣର ବିଦେଶୀ ମଦ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି ।

ଏହା ଏତେ ପରିମାଣର କେଉଁଠୁ କିଭଳି ଭାବରେ ଆସୁଛି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣାରୁ ପ୍ରକାଶ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ଥାନା ଅଧିନସ୍ଥ କଟକ ପାରାଦ୍ୱୀପ ରାସ୍ତାର ତାରପୁର ବାଇପାସ ଠାରେ ମଙ୍ଗଳବାର ଦିନ ୧୨ଟା ୪୫ମିନିଟରେ ତିର୍ତ୍ତୋଲ ଥାନା ଅଧିନସ୍ଥ ଓସ୍ତଳ ଗ୍ରାମର ବସନ୍ତ ରାଉଳଙ୍କ ପୁତ୍ର ଶେଷଦେବ ରାଉଳ (୩୨)ଏକ ହିରୋହୁଣ୍ଡା ମଟରସାଇକଲ ନଂ ଓଆର-୨୧ବି୭୩୭୭ ମଦ ନଦି ଯାଉଥି

ବା ବେଳେ କର୍ତବ୍ୟରତ ପୋଲିସ ଏସଆଇ ଲିଜାରାଣୀ ବିଶ୍ୱାଳ, ଚିନ୍ମୟ ପାଣୀ ଓ ହେଦାୟତ ମହମ୍ମଦ ମଟରସାଇକେଲ  ଆରୋହିକୁ ଅଟକାଇ  ୧୮୨ବୋତଲ (୧୯ଲିଟର ୫ଶହ) ବିଦେଶୀ ମଦ ଜବତ କରି ରଘୁନାଥପୁର ଥାନାକୁ ଆଣି ଆସାମୀ ରାଉଳକୁ ପୋଲିସ କେସ ନଂ ୯୬/୨୦ ୟୁ/ଏସ୫୨(ଏ)ମାମଲା ଋଜୁ କରି ଓଡିଶା ଅବକାରୀ ଆଇନ ଅନୁଯାୟୀ କୋର୍ଟ ଫରୁଆଡ କରି ଥିବା ରଘୁନାଥପୁର ପୋଲିସ ସୂତ୍ରରୁ ଜଣା ଯାଇଛି ।

Leave A Reply