Odisha news

ଚଳିତବର୍ଷ ହଜଯାତ୍ରା ଉପରେ କଟକଣା : ଭାରତର କୌଣସି ମୁସଲମାନଙ୍କୁ ଗସ୍ତ ପାଇଁ ଅନୁମତି ମିଳିବ ନାହିଁ

0

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନଜରରେ ରଖି ଚଳିତବର୍ଷ ହଜଯାତ୍ରା ଉପରେ କଟକଣା ଜାରି କରାଯାଇଛି।  ଭାରତର କୌଣସି ମୁସଲମାନଙ୍କୁ ଗସ୍ତ ପାଇଁ ଅନୁମତି ମିଳିବ ନାହିଁ ବୋଲି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକତାର ଆବାସ ନକଭୀ କହିଛନ୍ତି।

ଚଳିତବର୍ଷ ହଜ୍ ଯାତ୍ରା ପାଇଁ ଭାରତର ୨ଲକ୍ଷ  ୩୦ ହଜାର ଆବେଦନ କରିଥିଲେ। ସେମାନଙ୍କୁ ଟଙ୍କା ଫେରାଇବା ପାଇଁ ବ୍ୟବସ୍ଥା କରାଯାଉଛି। ସେପଟେ ସାଉଦି ଆରବ ସରକାରଙ୍କ ପକ୍ଷରୁ ବିଦେଶୀଙ୍କ ହଜଯାତ୍ରା ଉପରେ ମଧ୍ୟ କଟକଣା ଜାରି କରାଯାଇଛି।

ହଜ ଯାତ୍ରାରେ ବିଭିନ୍ନ ଦେଶରୁ ପ୍ରାୟ ୨୫ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥାଏ। ଭାରତର ପ୍ରାୟ ଦୁଇ ଲକ୍ଷରୁ ଅଧିକ ଲୋକ ଏଥିରେ ସାମିଲ ହୋଇଥାନ୍ତି।

Leave A Reply