ଉଦୟଗିରି : ଚଣ୍ଡିଖୋଲ-ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥର ପତରାଜପୁର ଛକ ନିକଟରେ ଆଜି ମଧ୍ୟାହ୍ନରେ ଏକ ଟ୍ରକ (ଓଡି୦୪ଏମ୍-୧୪୭୯) ଜଳିଯାଇଛିା ଖବର ପାଇ ଦମକଳ ବାହିନୀ ଘଟଣାସ୍ଥାଳରେ ପହଞ୍ଚି ନିଆଁକୁ ଆୟତଃ କରିଛନ୍ତି । ମିଳିଥିବା ସୂଚନା ମୁତାବକ ପତରାଜପୁର ଛକ ନିକଟରେ ଆଇରନ ବୋଝାଇ ଟ୍ରକ ଛିଡା ହୋଇରହିଥିଲା ତେବେ ମଧ୍ୟାହ୍ନ ସମୟରେ ହଠାତ୍ ନିଆଁ ଲାଗି ଯାଇଥିଲା । ଟ୍ରକଟି ହୁ ହୁଁ ହୋଇଜଳୁଥିବା ଦେଖିବାକୁ ମିଳିଥିଲା ।
ତେବେ ଟ୍ରକଟି ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଦମକଳବାହିନୀକୁ ଖବର ଦେଇଥିଲେ । ଚଣ୍ଡିଖୋଲର ଦମକଳବାହିନୀ ଗାଡି ଘଟଣାସ୍ଥଳକୁ ଆସୁଥିଲା ମାତ୍ର ଏହି ରାଜପଥର ଶ୍ରୀରାମପୁର ଟୋଲପ୍ଲାଜାରେ ଟୋଲ ଦାଖଲ ପାଇଁ ରାସ୍ତାର ଉଭୟ ପଶ୍ୱର୍ରେ ରାସ୍ତା ଅବରୋଧ କରି ଛିଡା ହୋଇଥିବା ଗାଡି ଗୁଡିକ ଯୋଗୁ ଦମକଳ ଗାଡି ସେହି ବାଟ ଅତିକ୍ରମ କରିପାରିନଥିଲା । ସେଠାରୁ ସେମାନେ ପଛକୁ ଫେରି ଗ୍ରାମ ଭିତର ରାସ୍ତାରେ ପଶି ଘଟଣାସ୍ଥଳରେ ବହୁ ବିଳମ୍ବରେ ପହଞ୍ଚିଥିଲେ । ତେବେ ଯାନ୍ତ୍ରୀକ ତୃଟି ପାଇଁ ଟ୍ରକ ଟି ଜଳିଯାଇଥିବା ଏହାର ମାଲିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି