କଣ୍ଟାପଡ଼ା : ସାଂସ୍କୃତି, ସାମାଜିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନ ‘ପୁଣ୍ୟ ଉକ୍ରଳ’ର ପ୍ରତିଷ୍ଠାତା ସଭାପତି ତଥା ସଂସ୍କୃତି ସେବକ ମନୋରଞ୍ଜନ ମହାପାତ୍ରଙ୍କୁ ‘କରୋନା ଯୋଦ୍ଧା’ଭାବେ ସମ୍ମାନିତ କରାଯାଇଛି । ନିଆଳିସ୍ଥିତ ଶୋଭନେଶ୍ୱର ମନ୍ଦିରକୁ ସଂଯୋଗକାରୀ ରାସ୍ତାର ଉନ୍ନତିକରଣ ସହିତ ରାଜ୍ୟର ବିଭିନ୍ନ ଭାଗରେ ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ଶ୍ରୀ ମହାପାତ୍ରଙ୍କ ବିଶେଷ ଅବଦାନ ରହିଥିବା ଏପରିକି କରୋନା ଭଳି ଜଟିଳ ପରିସ୍ଥିତିରେ ମଧ୍ୟ ସେ ଏଥିରୁ ନିବୃତ୍ତ ହୋଇନଥିବାରୁ ତାଙ୍କୁ ଏହି ସ୍ୱତନ୍ତ୍ର ସମ୍ମାନରେ ଭୂଷିତ କରାଯାଇଛି ।
ଶୋଭନେଶ୍ୱର ମନ୍ଦିର ପରିଚାଳନା କମିଟି ମୁଖ୍ୟ ଯଶୋବନ୍ତ ମହାପାତ୍ର, ଗୋବିନ୍ଦଚନ୍ଦ୍ର ସ୍ୱାଇଁ, ଅରୂପାନନ୍ଦ ପାତ୍ର, ମହାପାତ୍ର ଧରଣୀଧର ପଣ୍ଡା, ସଂଜତ ରାଉତ, ଯାମିନୀକାନ୍ତ ନାୟକ, ପ୍ରଫୁଲଚନ୍ଦ୍ର ନାୟକ, ଆଇନଜୀବୀ ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ଶ୍ରୀ ମହାପାତ୍ରଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ନ୍ଧିତ କରିଥିଲେ । ଏହି ଅବସରରେ ସାମାଜିକ ଓ ସାଂସ୍କୃତିକ ସଂଗଠନ ‘ପ୍ରାଚୀ ପ୍ରଜ୍ଞା ପରିଷଦ’ ପରିଚାଳନା ଟ୍ରଷ୍ଟି ଅଶ୍ୱିନୀ ମହାପାତ୍ର, ସାହିତି୍ୟକ ତଥା ପ୍ରାଚୀ ପାଠକ ପ୍ରତିଷ୍ଠାନ ସଭାପତି ରାଧାଶ୍ୟାମ ମହାନ୍ତି, ଗ୍ରାମାଞ୍ଚଳ ବିକାଶ ପରିଷଦ କଣ୍ଟାପଡ଼ାର ଅଧ୍ୟକ୍ଷ ତଥା ପ୍ରକୃତି ବନ୍ଧୁ ବିପିନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।