ମଧ୍ୟପ୍ରଦେଶର ସଲାମତପୁରରେ ଥିବା ଗୋଟିଏ ଅଶ୍ୱତ୍ଥ ବୃକ୍ଷକୁ ଭିଆଇପି ସୁରକ୍ଷା
ମିଳୁଛି । ୨୦୧୨ରେ ଶ୍ରୀଲଙ୍କାର ତତ୍କାଳୀନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେ ଭାରତ ଆସିବା ସମୟରେ ଏ ଗଛ ଲଗାଇ ଥିଲେ। ସେବେଠୁ ଏବେ ସୁଦ୍ଧା ଗଛକୁ ୨୪ ଘଂଟା ସୁରକ୍ଷା ଦେବାnପାଇଁ ୪-୫ଜଣ ଯବାନ ନିଯୁକ୍ତ ଅଛନ୍ତି । ସାଞ୍ଚୀ ନଗରପାଳିକାରୁ ଆସୁଥିବା ଟ୍ୟାଙ୍କର ଯୋଗେ ପାଣି ଗଛରେ ଦିଆଯାଉଛି । ଏହା ବାଦ୍ କୃଷି ବିଭାଗ ଅଧିକାରୀ ପ୍ରତି ସପ୍ତାହରେ ଏହାର ଦେଖାଶୁଣା କରିବାକୁ ଆସନ୍ତି । ପ୍ରତିବର୍ଷ ଗଛର ଦେଖାରଖା ପାଇଁ ୧୨ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଅନେକବାର ଗଛକୁ କାଟିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ନୂଆ ଗଛ ଆପେ ଆପେ ଉଠିଯାଉଥିବାରୁ ଏହା ଏକ ଚମତ୍କାର ବୃକ୍ଷ ବୋଲି ଲୋକେ ବିଶ୍ୱାସ କରୁଛନ୍ତି ।
Next Post