Odisha news

ରାୟଗଡା : ଅମାନ୍ୟକୁ ସାବାଡ଼କଲା ପୋଲିସ ୩୩ଟି ଦୁଇ ଚକିଆ ଯାନ ଜବତ

0

ରାୟଗଡା,୩୧ ।୩- ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା ଲକଡାଇନ ନିୟମକୁ ସାରା ଜିଲ୍ଲାବାସୀ ମାନି ଚଳୁଛନ୍ତି । ପୋଲିସ ପ୍ରଶାସନ ତରଫରୁ କଡାକଡି ଭାବେ ପେଟ୍ରୋଲିଂ କରି ଅଯଥାରେ ବାହାରକୁ ନ ବୁଲିବା ପାଇଁ ମଧ୍ୟ କୁହାଯାଉଛି । ତେବେ ନିୟମକୁ ଉଲଘଂନ କରି କେତେକ ଅମାନିଆ ଜନତା ରାୟଗଡା ସହରର ବିଭିନ୍ନ ଗଳିକନ୍ଦି ବୁଲୁଥିବା ଦେଖିବାକୁ ମିଳୁଥିଲା । ଏ ନେଇ ପୋଲିସ ପ୍ରଶାସନ ତରଫରୁ ପେଟ୍ରୋଲିଂ କଡାକଡି କରାଯାଇ ଲକ ଡାଇନ ନିୟମ ଭଙ୍ଗ କରି ରାତ୍ର ସମୟରେ ବିନା କାରଣରେ ବୁଲୁଥିବା ବ୍ୟକ୍ତିଙ୍କୁ ଅଟକ ୩୩ ଗୋଟି ଦୁଇ ଚକିଆ ଯାନ ଜବତ କରାଯାଇଥିଲା । ଗାଡି ଚାଳକଙ୍କୁ ନୋଟିସ ପ୍ରଦାନ କରାଯାଇଥିବା ବେଳେ ଗାଡି ଗୁଡିକୁ ରାୟଗଡା ଥାନାରେ ରଖାଯାଇଛି । ଏ ନେଇ ଗାଡି ଚାଳକଙ୍କୁ ନୋଟିସ ପ୍ରଦାନ କରାଯାଇଛି ।

Leave A Reply