ରାୟଗଡା,୩୧ ।୩- କରୋନା ଭାଇରସର ଭୟାବହତା ଏବଂ ଲୋକଙ୍କ ଭିଡକୁ ଦେଖି ପ୍ରଶାସନ ତରଫରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରୀ କରୁଥିବା ଦୋକାନ ଉପରେ ନୁଆ ନିୟମ ଲାଗୁ କରିଛନ୍ତି । ନୁଆ ନିୟମ ଅନୁଯାୟୀ ପରିବା, ଗ୍ରୋସରୀ ଏବଂ ଦୁଗ୍ଧ ତଥା ଦୁଗ୍ଧ ଜାତୀୟ ଦ୍ରବ୍ୟ ବିକ୍ରୀ କରୁଥିବା ଦୋକନା ଗୁଡିକ ସକାଳ ୭ ଘଂଟା ଠାରୁ ୧୧ ଘଂଟା ପର୍ଯ୍ୟନ୍ତ କାରବାର କରିପାରିବେ । ଏଥି ସହ ଦୋକାନ ସମ୍ମୁଖରେ ଅଯଥା ଗହଳି ନ କରି ସାମାଜିକ ଦୂରତାକୁ ବଜାୟ ରଖିବା ନିମନ୍ତେ ଗ୍ରାହକଙ୍କୁ ସଚେତନ କରାଇବେ । ତେବେ ଏହି ନୁଆ ନିୟମରେ ପୂର୍ବଭଳି ମେଡିକାଲ ଷ୍ଟୋର, ପେଟ୍ରୋଲ ପମ୍ପ, ଗ୍ୟାସ ସିଲିଣ୍ଡର ବିତରଣ, ପାର୍ସଲ ରେଷ୍ଟୁରାଂଟ ଗୁଡିକର ସମୟ ସୀମା ଧାର୍ଯ୍ୟ କରାଯାଇ ନାହିଁ । ଏହି ନୂଆ ନିୟମ ଏପ୍ରିଲ ମାସ ୧୪ ତାରିଖ ଯାଏଁ ଲାଗୁ ରହିବ । ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପତ୍ର ସଂଖ୍ୟା ୫୫୦, ତା ୦୩.୦୩.୨୦୨୦ ପ୍ରକାରେ ଏହି ନୁଆ ନିୟମ ଲାଗୁ କରାଯାଇଛି ।