Odisha news

ରାୟଗଡ଼ାରୁ କରୋନା ଟେଷ୍ଟ ପାଇଁ ଗଲା ୧୦ ସ୍ୱାବ

0

ରାୟଗଡା,୩୧ ।୩- ରାୟଗଡା ଜିଲ୍ଲାର ୧୦ ଜଣଙ୍କ ସ୍ୱାବ ପରୀକ୍ଷା ନିମନ୍ତେ ଭୂବନେଶ୍ୱର ସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଂଟର ( ଆରଏମଆରସି)କୁ ପଠାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆର୍ତ୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି । ଏଥି ପୂର୍ବରୁ ଚଳିତ ମାସ ୨୮ ତାରିଖ ଦିନ ମଧ୍ୟ ୭ ଜଣଙ୍କ ସ୍ୱାବ ରିପୋର୍ଟ ପଠାଯାଇଥିଲା । ଏହି ୧୦ ଜଣଙ୍କ ରିପୋର୍ଟ ଆସିବା ନିମନ୍ତେ ଅନ୍ୟୁନ ୩ ରୁ ୪ ଦିନ ଲାଗିବ ବୋଲି ଶ୍ରୀନାୟକ ପ୍ରକାଶ କରିଛନ୍ତି । ଏଥି ସହ ସାମାଜିକ ଦୂରତା ବଜାୟ ରଖିବା ସହ ନିଜକୁ ସ୍ୱଛ ରଖିବା ପାଇଁ ରାୟଗଡା ଜିଲ୍ଲାବାସୀଙ୍କୁ ଶ୍ରୀନାୟକ ନିବେଦନ କରିଛନ୍ତି ।

Leave A Reply