Odisha news

ରାୟଗଡା : ପୁଣି ଏକ ଯାତ୍ରୀବାହୀ ଆମ୍ବୁଲାନ୍ସ ଡ୍ରାଇଭର ସହ ୧୦ ଅଟକ

0

ରାୟଗଡା,୩୧ ।୩- ଲକ ଆଇଟ କଟକଣାକୁ ନ ମାନି ଯାତ୍ରୀ ପରିବହନ କରୁଥିବା ଅଭିଯୋଗରେ ଏକ ଆମ୍ବୁଲାନ୍ସକୁ ରାୟଗଡା ପୋଲିସ ଜବତ କରିବା ସହ ୧୦ ଜଣ ଯାତ୍ରୀ ଏବଂ ଆମ୍ବୁଲାନ୍ସ ଡ୍ରାଇଭର ଅଜିତ ଜାନୀକୁ ଗିରଫ କରିଛି । ସୂଚନା ମୁତାବକ ଟିକିରିରୁ ୧୦ ଜଣ ଶ୍ରମିକଙ୍କୁ ଧରି ଆମ୍ବୁଲାନ୍ସଟି ଭଂଜନଗର ଅଭିମୁଖେ ବାହାରିଥିଲା । ତେବେ ରାୟଗଡା ସହରରେ ରାତ୍ର ସମୟରେ କଡା କଡି ଚେକିଂରୁ ବର୍ତ୍ତି ପାରି ନଥିଲା ଏହି ଆମ୍ବୁଲାନ୍ସଟି । ଆମ୍ବୁଲାନ୍ସରେ ଥିବା ୧୦ ଜଣ ଶ୍ରମିକ ଟିକିରି ସ୍ଥିତ ଉକ୍ରଳ ଆଲୁମିନା କଂପାନୀରେ କାର୍ଯ୍ୟରତ ଥିଲେ । ତେବେ କଂପାନୀ ବନ୍ଦ ହୋଇଯିବାରୁ ଆମ୍ବାଲାନ୍ସ ମାଧ୍ୟମରେ ଭଂଜନଗର ଅଭିମୁଖେ ବାହାରିଥିଲେ । ଭଡା ବାବାଦରେ ୫୦୦ ଟଙ୍କା ଦେଇଥିବା ଲେଖାଏଁ ଦେଇଥିବା ଜଣେ ଯାତ୍ରୀ କୈଳାସ ଚନ୍ଦ୍ର ଭୋଳା ପ୍ରକାଶ କରିଛନ୍ତି ।

Leave A Reply