Odisha news

ଫୁଲବାଣୀ : ପୂତୁରା ହତ୍ୟା ମାମଲାରେ ଦୁଇ ଦାଦା ଗିରଫ

0

ଫୁଲବାଣୀ,୩୧/୦୩, ସଦର ଥାନା ଅନ୍ତର୍ଗତ ସୋଇପୁର ଠାରେ ଗତ ୨୮ ତାରିଖରେ ଘଟିଥିବା ହତ୍ୟା ଘଟଣାରେ ସଦର ଥାନା ପୁଲିସ୍ ଦୁଇ ଅଭିଯୁକ୍ତ ଦାଦା ବିଶ୍ୱମ୍ବର ବେହେରା ଓ ଦଳଙ୍ଗ ବେହେରାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ ପୂର୍ବଶତୃତାକୁ ନେଇ ଉପରୋକ୍ତ ଦୁଇ ଅଭିଯୁକ୍ତ ସେମାନଙ୍କ ପୂତୁରା ଅଶୋକ ବେହେରାଙ୍କୁ କାଠଫାଳିଆରେ ଆକ୍ରଣ କରିଥିଲେ । ଅଶୋକଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଖବର ପାଇ ଶବ ଜବତ କରି ବ୍ୟବଚ୍ଛେଦ କରିବା ସହ ୨୨/୨୦୨୦ ମା୩ମଲା ରୁଜୁ କରି ଦୁଇ ଅଭିଯୁକ୍ତ ଦାଦାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିଲା । ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ଆଜି ସେମାନଙ୍କୁ ଗିରଫ କରି ଥିବା ଥାନାଧିକାରୀ ଆଦିତ୍ୟ କୁମାର ସେଠୀ ସୂଚନା ଦେଇଛନ୍ତି ।

Leave A Reply