Odisha news

ଫୁଲବାଣୀ : ସରକାରୀ ଆଇନ ଭଙ୍ଗ କରିବା ଅପରାଧରେ ଦୁଇ ଗିରଫ

0

ଫୁଲବାଣୀ,୩୧/୦୩, କରୋନା ଭୁତାଣୁ ସଂକ୍ରମଣ ରୋକିବାକୁ ଲକଡାଉନ ଘୋଷଣା ହୋଇଥିବା ସମୟରେ କୌଣସି ଅଟୋ ଚାଳକ ବିନା ଅନୁମତିରେ ଅଧିକ ଯାତ୍ରୀ ନେଇ ଯିବା ବେଆଇନ ଘୋଷିତ ହୋଇଛି । ଏହି କୋଭିଡ -୧୯ ଆଇନକୁ ଅବମାନନା କରି ଏକାଧିକ ଯାତ୍ରୀ ନେଇ ଯାଉଥିବା ବେଳେ ଆଜି ଫୁଲବାଣୀ ସଦରଥାନା ପୋଲିସ ଦୁଇଜଣ ଅଟୋ ଡ୍ରାଇଭରଙ୍କୁ ସରକାରୀ ନିୟମ ଉଲ୍ଲଂଘନ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ବିରୋଧରେ ସଦରଥାନାରେ ଏକ ମାମଲା ୨୩/୨୦ ଓ ଆଇପିସି ଧାରା ୧୮୮ରେ ରୁଜ୍ଜୁ କରି ସେମାନଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ସଦରଥାନା ଅଧିକାରୀ ଆଦିତ୍ୟ କୁମାର ସେଠୀଙ୍କ ସୁତ୍ରରୁ ଜଣାପଡିଛି ।

Leave A Reply