Odisha news

ବିଜେପିର ‘ଫିଡ୍ ଦି ନିଡି- ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମ ସାମାଜିକ ଦୁରତ୍ୱ ବଜାୟ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ନିଃସ୍ୱ ଅସହାୟ ଗରିବଙ୍କୁ ଖାଦ୍ୟ ବଂଟନ କଲେ ବିଜେପି କାର୍ଯ୍ୟକର୍ତା

0

ଭୂବନେଶ୍ୱର, ତା.୩୧/୦୩: ମହାମାରୀ କରୋନାଜନିତ ଲକ୍ଡାଉନ୍ କାରଣରୁ ସାଧାରଣ ଜୀବନଯାପନ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଏଭଳି ସଙ୍କଟ ସମୟରେ ‘ଫିଡ୍ ଦି ନିଡି – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଗରିବ, ଦିନମଜୁରିଆ, ଦୁଖୀଜନ ତଥା ଅଭାବୀ ଲୋକଙ୍କୁ ବିଜେପି କାର୍ଯ୍ୟକର୍ତାମାନେ ସେମାନଙ୍କ ପାଖରେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ, ଔଷଧ, ସାନିଟାଇଜର, ମାସ୍କ ଆଦି ନିତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବାର କାର୍ଯ୍ୟ ଚାଲୁ ରଖିଛନ୍ତି । ଆଜି ଓଡିଶାର ବିଭିନ୍ନ ଜିଲ୍ଲାରେ ବିଜେପି କାର୍ଯ୍ୟକର୍ତାମାନେ ସାମାଜିକ ଦୁରତ୍ୱ ବଜାୟ ରଖି ରାସନ ସାମଗ୍ରୀ, ରନ୍ଧା ଖାଦ୍ୟ, ଔଷଧ, ମାସ୍କ,ସାମିଟାଇଜର, ପଶୁ ଖାଦ୍ୟ ଆଦି ବଂଟନ କରିଛନ୍ତି । ଏହି କାର୍ଯ୍ୟରେ ବିଜେପି ବିଧାୟକ, ଜନ ପ୍ରତିନିଧି, ସମସ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତା, ରାଜ୍ୟ ଓ ଜିଲ୍ଲା ପଦାଧିକାରୀମାନେ ସାମିଲ ହୋଇଛନ୍ତି ।
ରାଜ୍ୟ ବିଜେପି କୋଷାଧ୍ୟକ୍ଷ ସୁଦର୍ଶନ ଗୋଏଲ, ରାଜ୍ୟ ସମ୍ପାଦକ ଧୀରେନ ସେନାପତି, ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ବରିଷ୍ଠ ନେତା ନିହାର ରାୟ, ଜଗବନ୍ଧୁ ବେହେରା ପ୍ରମୁଖ ଆଜି ରାଉରକେଲାର ପାନପୋଷ, ଛେଣ୍ଡ୍, ବନ୍ଧମୁଣ୍ଡା, ବାସନ୍ତି କଲୋନୀ ଆଦି ଅଂଚଳରେ ଚା, ଜଲଖିଆ, ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ, ଖାଦ୍ୟସାମଗ୍ରୀ ପେକେଟ, ଔଷଧ, ମାସ୍କ, ସାନିଟାଇଜର ଆଦି ନିତ୍ୟାବଶ୍ୟକ ସାମଗ୍ରୀ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଭଗବାନ ରାଉତ, ସନ୍ଦୀପ ଅଗ୍ରୱାଲ, ଶେଖ ମୋଜାହିଦ୍, ଦୀପକ ସାହୁ, କେଦାର ମହାନ୍ତି ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ସହଯୋଗ କରିଥିଲେ ।
ଭୁବନେଶ୍ୱରଠାରେ ଦିଳିପ ମହାନ୍ତି, ଜଗନ୍ନାଥ ପ୍ରଧାନ ଏବଂ ବାବୁ ସିଂହଙ୍କ ତତ୍ୱାବଧାନରେ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅଭିଷେକ ଆଚାର୍ଯ୍ୟ, ରଶ୍ମୀରଂଜନ ମୁଦୁଲି, ଦିଲୀପ ବେହେରା, ବସନ୍ତ ରାଉତ, ଶିବାଶିଷ ମହାନ୍ତି, ଅଭିଷେକ ପରିଡା ପ୍ରମୁଖ ସହରର ବିଭିନ୍ନ ସାହି ବସ୍ତିରେ ରନ୍ଧାଖାଦ୍ୟ ବଂଟନ କରିଥିଲେ । ପୁରୁଣା ଭୂବନେଶ୍ୱରରେ ମହିଳା ନେତ୍ରୀ ତୃପ୍ତିମୟୀ ମକଦ୍ଦମ, ଶିବପ୍ରସାଦ ବେହେରା ସଫେଇ କର୍ମଚାରୀମାନଙ୍କୁ ଚା, ଜଳପାନ, ମାସ୍କ, ସାନିଟାଇଜର ଆଦି ବଂଟନ କରିଥିଲେ ।


ଗଂଜାମ ଜିଲ୍ଲା ଗୋପାଳପୁରଠାରେ ଜିଲ୍ଲା ସଭାପତି ଶ୍ରୀ ବିଭୁତି ଜେନା, ଏନ.ରାଜେନ୍ଦ୍ରକୁମାର, କବିସୂର୍ଯ୍ୟନଗରରେ ରଂଜନ ପୋଲାଇ, ଦିଗପହଣ୍ଡିଠାରେ ମହନ୍ତ ଚିନ୍ମୟାନନ୍ଦ ପ୍ରମୁଖଙ୍କ ନେତୃତ୍ୱରେ ଅସହାୟ ଗରିବଙ୍କୁ ରନ୍ଧାଖାଦ୍ୟ ଓ ଖାଦ୍ୟସାମଗ୍ରୀ ବଂଟନ କରାଯାଇଛି । ଚନ୍ଦ୍ରଶେଖର ନନ୍ଦ, ପ୍ରବୀର ଦାସଙ୍କ ତତ୍ୱାବଧାନରେ ବାଲେଶ୍ୱର ସହର ସମେତ ଜିଲ୍ଲାର ରେମୁଣା, ଜଳେଶ୍ୱର ଅଂଚଳର ବହୁ ସ୍ଥାନରେ ରନ୍ଧା ଓ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ନେତୃତ୍ୱରେ ପାର୍ଟିର ବହୁ କାର୍ଯ୍ୟକର୍ତା ଜିଲ୍ଲାର ପଟ୍ଟାମୁଣ୍ଡାଇ, ଆଳି, ରାଜନଗର ଆଦି ବିଭିନ୍ନ ଅଂଚଳରେ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ବଂଟନ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ସଭାପତି ôଶ୍ମୀରଂଜନ ମହାପାତ୍ରଙ୍କ ନେତୃତ୍ୱରେ ଜୟଦେବ ଓ ବୋଲଗଡ ନିର୍ବାଚନମଣ୍ଡଳରେ ଅସହାୟ ଗରିବଙ୍କୁ ଖାଦ୍ୟ ବଂଟନ କରାଯାଇଛି । ଶିବବ୍ରତ ଦାସଙ୍କ ତତ୍ୱାବଧାନରେ ଜଗତସିଂହପୁର ଜିଲ୍ଲାର ଏରସମା-ବାଲିକୁଦା ଅଂଚଳରେ, ସଂପଦ ସ୍ୱାଇଁଙ୍କ ତତ୍ୱାବଧାନରେ ପାରଦ୍ୱୀପ ଅଂଚଳରେ ଖାଦ୍ୟ ସାମଗ୍ରୀ ବଂଟନ କରାଯାଇଛି ।
ସେହିପରି ମୟୁରଭଞ୍ଜ ଜିଲ୍ଲା ସଭାପତି ଶ୍ରୀ କାନ୍ଦ୍ରା ସୋରେନ; କେନ୍ଦୁଝର ଜିଲ୍ଲା ସଭାପତି ସବୁତ ଅଂଶୁମାନ ମହନ୍ତ ବର୍ମା, ମୁରଲୀ ଶର୍ମ, ହେମସାଗର ବାରିକ; ନୟାଗଡ ଜିଲ୍ଲା ସଭାପତି ଲାଲା ମନୋଜ ରାୟ; ରାୟଗଡା ଜିଲ୍ଲା ସଭାପତି ଶିବବ୍ରତ ପଟ୍ଟନାୟକ; ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ମହାପାତ୍ର ଓ ପୂର୍ବତନ ବିଧାୟକ କୃଷ୍ନଚନ୍ଦ୍ର ପାତ୍ର; କୋରାପୁଟ ଜିଲ୍ଲାର ଜୟପୁରରେ ଗୈାତମ ସାମନ୍ତରାୟ; ଯାଜପୁର ଜିଲ୍ଲାରେ ବବିତା ମଲ୍ଲିକ, ଭଦ୍ରକ ଜିଲ୍ଲାରେ ମାଧବାନନ୍ଦ ମଲ୍ଲିକ ପ୍ରମୁଖଙ୍କ ନେତୃତ୍ୱରେ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ, ପଶୁ ଖାଦ୍ୟ, ମାସ୍କ, ସାନିଟାଇଜର ଆଦି ବଂଟନ କରାଯାଇଥିଲା । ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଏବଂ ଜିଲ୍ଲା ସଭାପତି ମଙ୍ଗଳ ସାହୁଙ୍କ ନେତୃତ୍ୱରେ ଆଜି ମଧ୍ୟ ଝାରସୁଗୁଡା ସମେତ ବ୍ରଜରାଜନଗରର ବିଭିନ୍ନ ସ୍ଥାନରେ ୫୦୦ ଲୋକଙ୍କୁ ରନ୍ଧାଖାଦ୍ୟ, ୨୫୦ ଜଣଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ସୁନିଲ ଦ୍ୱିବେଦୀଙ୍କ ତତ୍ୱାବଧାନରେ କଟକ ସହରର ଗୋପାଲଜୀଉ ଅଂଚଳରେ ରନ୍ଧାଖାଦ୍ୟ ବଂଟନ କରାଯାଇଛି ।
କରୋନାକୁ ମୁକାବିଲା କରିବା ପାଇଁ ସାରା ଦେଶ ଏକାଠୀ ହୋଇଛି । ଏହି ସଂକ୍ରମଣକୁ ରୋକିବା ପାଇଁ ସବୁ ସ୍ତରରେ ବିଭିନ୍ନ ପ୍ରୟାସ ଅବ୍ୟାହତ ରହିଛି । ଆଗାମୀ ଦିନରେ ଏହି କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ରାଜ୍ୟ ମୁଖପାତ୍ର ତଥା ‘ଫିଡ୍ ଦି ନିଡି – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା ’ର ରାଜ୍ୟ ସଂଯୋଜକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।

 

Leave A Reply