କରୋନାଭାଇରସରେ ସଂକ୍ରମିତ ବଲିଉଡ୍ ସିଙ୍ଗର କନିକା କପୁରଙ୍କ ପଞ୍ଚମ ସାମ୍ପୁଲ ଟେଷ୍ଟ ମଧ୍ୟ ପଜିଟିଭ ଆସିଛି । ଚତୁର୍ଥ ଟେଷ୍ଟ ପଜିଟିଭ୍ ଆସିବା ପରେ ପରେ ଗୁଜବ ପ୍ରଚାରିତ ହୋଇଥିଲା ଯେ ତାଙ୍କ ସ୍ୱାସ୍ଥ୍ୟରେ କ୍ରମଶଃଅବନତି ଘଟୁଛି, ଡାକ୍ତରୀ ଚିକିତ୍ସା ପ୍ରତି ତାଙ୍କ ଶରୀର ରେସ୍ପଣ୍ଡ୍ କରୁନାହିଁ
ଇତ୍ୟାଦି । ଏଥିରେ ତାଙ୍କ ପରିବାର ବିବ୍ରତ ହୋଇପଡ଼ିଥିଲେ । ସେମାନେ କନିକାଙ୍କୁ ଏୟାର୍ଲିଫଫ କରି ଅନ୍ୟ କୌଣସି ହସ୍ପିଟାଲରେ ଚିକିତ୍ସା କରାଇବାକୁ ଚାହିଁଥିଲେ । କିନ୍ତୁ ଏ ଭିତରେ ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ର ଡାଇରେକଫର ଡାକ୍ତର ଆର୍.କେ. ଧୀମାନ ଟ୍ୱିଟ୍ କରି ଏ ଖବର ଠିକ୍ ନୁହେଁ ବୋଲି ଜଣାଇଛନ୍ତି । ସେ ଲେଖିଛନ୍ତି କନିକାଙ୍କ ସ୍ୱାସ୍ଥ୍ୟ ସୁଧୁରୁଛି ।
ତାଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ସେ ସ୍ୱଭାବିକ ଭାବେ ଖାଦ୍ୟ, ପାନୀୟ ଗ୍ରହଣ କରୁଛନ୍ତି । ପୂର୍ବାପେକ୍ଷା ସେ ବେଶ୍ ଭଲ ଅଛନ୍ତି । ଉଲ୍ଲେଖ୍ୟ ଯେ କନିକା କିଛିଦିନ ପୂର୍ବେ ଲଣ୍ଡନରୁ ଫେରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଭିତରେ ତାଙ୍କଠାରେ କୋଭିଡ-୧୯ ଲକ୍ଷଣ ପ୍ରକାଶ ପାଇଥିଲା । ସୋମବାର ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ ପୋଷ୍ଟରେ ତାଙ୍କ ପଞ୍ଚମ ଟେଷ୍ଟ ନେଗେଟିଭ ଆସିବ ବୋଲି ଆଶାନ୍ୱିତ ଥିଲେ । ସେଥିରେ ସେ ଏକ ଉକ୍ତି ଉଦ୍ଧାର କରି ଲେଖିଥିଲେ- ସମୟର ସଦୁପଯୋଗ ପାଇଁ ଜୀବନ ଆମକୁ ଶିକ୍ଷା ଦେଉଥିବା ବେଳେ ଜୀବନର ମୂଲ୍ୟବୋଧ ସମ୍ପର୍କରେ ସମୟ ଶିକ୍ଷା ଦେଇଥାଏ । କନିକା ଇତିମଧ୍ୟରେ ଆଇସିୟୁରୁ ବାହାରି ଆସିଲେଣି ।
Prev Post
Next Post