Odisha news

‘ସୀତା’ ଦେଖୁଛନ୍ତି ରାମାୟଣ !

0

ଲକ୍‌ଡାଉନ୍‌ ଯୋଗୁ ନୂଆ ଫିଲ୍ମ ବା ଟେଲି ସିରିଏଲ୍‌ର ଶୁଟିଂ ବନ୍ଦ ଥିବାରୁ ଲୋକଙ୍କ ମନୋରଞ୍ଜନ
ପାଇଁ ଦୂରଦର୍ଶନ ୩୩ ବର୍ଷ ପୂର୍ବରୁ ସୁପର୍‌ହିଟ୍‌ ଧାର୍ମିକ ଧାରାବାହିକ ରାମାୟଣର ଟେଲିକାଷ୍ଟ ଶନିବାର ଠାରୁ ଆରମ୍ଭ କରିଛି । ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ ମଧ୍ୟ ଧ୍ୟାନ ଦେଇ ନିଜ ସିରିଏଲ୍‌ ଦେଖୁଛନ୍ତି । ସେ କହିଛନ୍ତି, ଏହି ଧାରାବାହିକର ପ୍ରଥମ ପ୍ରସାରଣ ବେଳେ ପରବର୍ତ୍ତୀ ଅଧ୍ୟାୟଗୁଡ଼ିକର ଶୁଟିଂ ଜାରି ରହିଥିବାରୁ ରାମୟଣର ଷ୍ଟାରକାଷ୍ଟଙ୍କ ମଧ୍ୟରୁ କେହି ହେଲେ ଏହାକୁ ପୂର୍ଣ୍ଣରୂପେ ଦେଖିପାରି ନ ଥିଲେ କିମ୍ବା ଦର୍ଶକଙ୍କ ପ୍ରତିକ୍ରିୟା ଜାଣିପାରି ନ ଥିଲେ । ଆଜିର ଜେନେରେସନ ଏହାକୁ ଦେଖି କି ପ୍ରତିକ୍ରିୟା ପ୍ରକାଶ କରିବେ ଜାଣିବା ପାଇଁ ମୁଁ ନିଜେ ନିୟମିତ ଏହାକୁ ଦେଖୁଛି । ଦୀପିକା ଏକ ଭିଡିଓ ଜାରିକରି ସପରିବାର ରାମାୟଣ ଦେଖି ପ୍ରତିକ୍ରିୟା ଜଣାଇବା ପାଇଁ ଅନୁରୋଧ କରୁଛନ୍ତି । ଦୀପିକା ଚିଖ୍‌ଲିଆ ହେମନ୍ତ ଟୋପିୱାଲାଙ୍କୁ ବିବାହ କରିଛନ୍ତି । ତାଙ୍କ ଦୁଇ କନ୍ୟା ସନ୍ତାନଙ୍କ ମଧ୍ୟରୁ ଜଣଙ୍କ ନାମ ନିଧୀ, ଅନ୍ୟ ଜଣଙ୍କ ନାମ ଜୁହୀ । ହେମନ୍ତ ଏକ କସ୍ମଟିକ୍‌ କମ୍ପାନୀର ମାଲିକ । ଦୀପିକା ସେହି କମ୍ପାନୀର ରିସର୍ଚ୍ଚ ଓ ମାର୍କେଟିଂ ଟିମ୍‌ର ମୁଖ୍ୟ । ଉକ୍ତ କମ୍ପାନୀ ସୃଙ୍ଗାର ବିନ୍ଦୀ ଓ ଟି« ଆଣ୍ଡ୍‌ ଟୋଜ୍‌ ନେଲ୍‌ପଲିସ୍‌ ଉକ୍ସଊାଦନ କରୁଛି । ଦୀପିକା ରାଜ କିରଣଙ୍କ ସହ ସୁନ୍‌ ମେରି ଲୈଲା (୧୯୮୩)ରେ ଅଭିନୟ କରି ଫିଲ୍ମ ଦୁନିଆରେ ପଦାର୍ପଣ କରିଥିଲେ । ସେ ମଧ୍ୟ ସଞ୍ଜୟଙ୍କ ସହ ରୂପୟେ ଦଶ୍‌ କରୋଡ୍‌ (୧୯୯୧), ଘର୍‌ କା ଚିରାଗ (୧୯୮୯) ଏବଂ ଖୁଦାଇ (୧୯୯୪)ରେ ଅଭିନୟ କରିଥିଲେ ।

Nalco

Leave A Reply