Odisha news

ରାମାୟଣ, ମହାଭାରତ ପରେ ଶକ୍ତିମାନ୍‌

0

ସିକେ୍ୱଲ୍‌ ଲକ୍‌ଡାଉନ୍‌ରେ ଥିବା କୋଟି କୋଟି ଭାରତୀୟଙ୍କ ମନୋରଞ୍ଜନ ପାଇଁ ଭାରତର ସରକାର ୧୯୯୦ ଦଶକର ଲୋକପ୍ରିୟ ଟେଲି ଶୋ ରାମାୟଣ, ମହାଭାରତ ପୁଣି ଥରେ ପ୍ରସାରଣ କରୁଛନ୍ତି । ଆଗାମୀ ଦିନରେ ଶକ୍ତିମାନର ସିକେ୍ୱଲ ଦୂରଦର୍ଶନରେ ପ୍ରସାରିତ ହେବ। ଶକ୍ତିମାନ ଭୂମିକାରେ ଅଭିନୟ କରିଥିବା ମୁକେଶ ଖାନ୍ନାଙ୍କ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି । ସେଥିରେ ରାମାୟଣ ଓ ମହାଭାରତର ପୁନଃପ୍ରସାରଣ ନେଇ ଖୁସି ଜାହିର୍‌ କରିବା ସହ ଖୁବ୍‌ଶୀଘ୍ର ଶକ୍ତିମାନର ସିକେ ୍ୱଲ ପ୍ରସାରଣ ହେବ ବୋଲି ସେ କହିଛନ୍ତି । କେବେ ଓ କେତେବେଳେ ପ୍ରସାରଣ ହେବ ସେ ବିଷୟରେ ଖୁବ୍‌ଶୀଘ୍ର ଜଣାପଡ଼ିବ । ତିନି ବର୍ଷ ହେବ ଶକ୍ତିମାନର ଦ୍ୱିତୀୟ ଏଡିସନ୍‌ ଉପରେ କାମ ଚାଲିଛି । ଲୋକେ ଜାଣିବାକୁ ଚାହାନ୍ତି ଏହାର ଶେଷରେ କ’ଣ ହେଲା, ସେଥିପାଇଁ ଏହାର ସିକେ ୍ୱଲ ଖୁବ୍‌ ଶୀଘ୍ର ଦର୍ଶକ ଦେଖିବାକୁ ପାଇବେ।

Leave A Reply