ନିରାକାରପୁର,୭/୫: ଖୋର୍ଦ୍ଧା ବନଖଣ୍ଡ ଟାଂଗି ରେଂଜ ଭୂଷଣ୍ଡପୁର ଫରେଷ୍ଟ ବିଟ ହାଉସ ଅଧିନସ୍ଥ ଉଦୟଘିରି ଜଂଗଲରୁ କାଠ ମାଫିଆମାନେ ଦିନ ଦ୍ୱିପ୍ରହରେ ଆକାଶିଆ, ପଟାସ ଭଳି ମୂଲ୍ୟବାନ ଗଛ କାଟି ଏକ ଟ୍ରାକ୍ଟର ରେ ବୋଝେଇ କରି ବାହାରକୁ ଚାଲାଣ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଭୂଷଣ୍ଡପୁର ଫରେଷ୍ଟର ସଦଳବଳ ଚଢ଼ାଉ କରି କାଠ ବୋଝେଇ ଟ୍ରାକ୍ଟର ଟିକୁ ଜବତ କରିଥିବା ଜଣାପଡିଛି।ବନବିଭାଗ ର ଚଢ଼ାଉ ଦେଖି ମାଫିଆମାନେ ଟ୍ରାକ୍ଟର ଛାଡି କାଠ କଟା ମେସିନ ଓ ଅନ୍ୟାନ୍ୟ ଜିନିଷପତ୍ର ନେଇ ଜଂଗଲ ମଧ୍ୟରେ ଖସି ଯିବାକୁ ସଫଳ ହୋଇଛନ୍ତି।ବନବିଭାଗ କର୍ମଚାରୀ ଅନେକ ଖୋଜାଖୋଜି କରିବା ପରେ ମାଫିଆମାନଙ୍କୁ ଧରି ନପାରି କାଠ ବୋଝେଇ ଟ୍ରାକ୍ଟର ଟିକୁ ଜବତ କରି ଏକ ମାମଲା ରୁଜୁ କରିଥିବା ଫରେଷ୍ଟର ସୂଚନା ଦେଇଛନ୍ତି।ମାଫିଆମାନଙ୍କୁ ଧରିବାକୁ ବନବିଭାଗ କେତେକ ଯାଗାରେ ଚଢ଼ାଉ କରିଥିବା ଜଣାପଡ଼ିଛି।
