ନାଉଗାଁ – ସରକାର ସ୍ଵଚ୍ଛତା ଆଣିବା ପାଇଁ ଗ୍ରାମ ପଞ୍ଚାୟତ ଗଠନ କଲେ ଓ ଅନେକ ପାୱାର ମଧ୍ଯ ଗ୍ରାମ ପଞ୍ଚାୟତ କୁ ଦେଲେ | ମନରେଗା ଓ ବିଭିନ୍ନ୍ ଅନୁଦାନ ରେ ଆସୁଥିବା ଅର୍ଥ କୁ ସୁଚାରୁରୂପେ ଖର୍ଚ କରି ଦୁର୍ନୀତି କୁ ରୋକିବା ପାଇଁ ପଞ୍ଚାୟତ କୁ ଅର୍ଥ ପୈଠ କରିବା ପାଇଁ ଦୁଇଟି ଡଙ୍ଗଲ ବା ଡିଏସସି ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଯୋଗାଯାଉଛି | ପଞ୍ଚାୟତ ର ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ନିଜ ପଞ୍ଚାୟତ ର କାର୍ଯ୍ୟ କୁ ତଦାରଖ କରି ଯନ୍ତ୍ରୀ ଜୀପିଓ ଓ ବିଡିଓ ଙ୍କ ଦସ୍ତଖତ ପରେ ଏହି ଅର୍ଥ ରାଶି କୁ ଡଙ୍ଗଲ ବା ଡିଏସସି ସାହାଯ୍ୟରେ ପୈଠ କରିବେ | କିନ୍ତୁ ଆଶ୍ଚର୍ଯ ର କଥା ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଘୋଡାଂଶ ପଞ୍ଚାୟତ ରେ ସରପଞ୍ଚ ଙ୍କ ଅଗୋଚର ରେ ଅର୍ଥ କୁଆଡେ ପୈଠ ହୋଇଥିବା ଓ ସେ ଏନେଇ ନାଉଗାଁ ବିଡିଓ ଙ୍କୁ ଅଭିଯୋଗ କରିଥିଲେ ବି କିଛି ହୋଇ ନ ଥିବା ପ୍ରକାଶ କରିଛନ୍ତି | ଘୋଡ଼ାଂଶ ପଞ୍ଚାୟତ ର ବର୍ତ୍ତମାନ ସରପଞ୍ଚ ନିହାର ରଞ୍ଜନ ବସ୍ତିଆ ନିଜ ପଞ୍ଚାୟତ କାର୍ଯ୍ୟାଳୟ ପତ୍ର ସଂଖ୍ୟା 32 ତାରିଖ 26/09/2022 ଅନୁଯାଇ ପଞ୍ଚାୟତ ର ବିଦ୍ୟୁତ୍ ବିଲ୍ ପୈଠ ପାଇଁ ପଞ୍ଚାୟତ ର ତତ୍କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରି ଅରୁଣ କୁମାର ପ୍ରଧାନ ସରପଞ୍ଚ ଙ୍କ ଠାରୁ ଡଙ୍ଗଲ ବା ଡିଏସସି ନେଇଥିଲେ |
କିନ୍ତୁ ଆଶ୍ଚର୍ଯ ର କଥା ହେଉଛି ସରପଞ୍ଚ ଙ୍କ ଅଗୋଚର ରେ ସମ୍ପୃକ୍ତ ଅଧିକାରୀ ଚଞ୍ଚକତା କରି ଉକ୍ତ ଡଙ୍ଗଲ ବା ଡିଏସସି ଜରିଆରେ 30 ଜୁନ 2022 ରେ ଏସଏଫସି ଆକାଉଣ୍ଟ୍ ରୁ ଏକ ଲକ୍ଷ୍ୟ ଅନେଶ୍ବତ ହଜାର ପାଞ୍ଚଶହ ପାଞ୍ଚ ଟଙ୍କା , ଓ ଉକ୍ତ ଦିନ ସିଏଫସି ଆକାଉଣ୍ଟ୍ ରୁ ଶତସଠି ହଜାର ତିନିଶହ ପନ୍ଦର ଟଙ୍କା ଓ ଉକ୍ତ ମାସ 27 ତାରିଖ ରେ ସିଏଫସି ଆକାଉଣ୍ଟ୍ ରୁ ଉଣେଇସି ହଜାର ଆଠଶହ ଟଙ୍କା ପୈଠ ହୋଇଥିବା ସେ ତାଙ୍କ ଅଭିଯୋଗ ରେ ଦର୍ଶାଇ ଥିବା ବେଳେ ଏପର୍ଯ୍ୟନ୍ତ ବିଡିଓ କିଛି ପଦକ୍ଷେପ ନେଇନଥିବା ସେ ପ୍ରକାଶ କରିଛନ୍ତି | ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଉଣେଇଶି ହଜାର ଆଠଶହ ଏବ୍ଂ ଏକ ଲକ୍ଷ୍ୟ ଅନେଶତ ହଜାର ପାଞ୍ଚଶହ ପାଞ୍ଚ ଟଙ୍କା ଫାଇଲ ରେ ସରପଞ୍ଚ ମୋତେ ଦସ୍ତଖତ କରି ନଥିବା କି ଏ କାର୍ଯ୍ୟ ବିଷୟ ରେ ଜାଣି ନ ଥିବା ବେଳେ ସତସଠି ହଜାର ତିନିଶହ ପନ୍ଦର ଟଙ୍କା ଫାଇଲ ରେ ସେ 23/08/2022 ରେ ଦସ୍ତଖତ କରିଛନ୍ତି | ତାଙ୍କ ଦସ୍ତଖତ କରିବାର ଦୁଇମାସ ପୂର୍ବରୁ ଏହା କିଭଳି ପୈଠ ହେଲା ସେ ତାକୁ ନେଇ ପ୍ରଶ୍ନ ଉଠାଯାଇଛନ୍ତି | ଆସନ୍ତା କାଲି ଏହି ଅଭିଯୋଗ କୁ ନେଇ ସେ ନାଉଗାଁ ବ୍ଲକ ରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାପାଳଙ୍କ ଜନଶୁଣାଣୀ ରେ ଲିଖିତ ଅଭିଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି | ସରପଞ୍ଚ ଏହି ଫାଇଲ ରେ ଦସ୍ତଖତ କରିନଥିବା ବେଳେ ବିଡିଓ, ଯନ୍ତ୍ରୀ ଓ ଜୀପିଓ ଏହି ଫାଇଲ ରେ ଦସ୍ତଖତ କରିଛନ୍ତି କି ନାହିଁ ତାହା ମଧ୍ଯ ତଦନ୍ତ ସାପେକ୍ଷ | କିଭଳି ଓ କାହା ପ୍ରରୋଚନାରେ ତତକାଳୀନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏଭଳି କାର୍ଯ୍ୟ କଲେ , ବ୍ଲକ୍ ପ୍ରଶାସନ ଜାଣିଛନ୍ତି କି ନାହିଁ ଓ ସେ ଏହି ଅର୍ଥ କୁ ନିଜେ ଆତ୍ମସାତ କରିଛନ୍ତି କି ତାଙ୍କ ଠାରୁ କିଏ ନେଇଚି ତାହା ଏବେ ତଦନ୍ତ ହେଲେ ସବୁ ସ୍ପଷ୍ଟ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି | ବିଡିଓ କିମ୍ବା ସମ୍ପୃକ୍ତ ତତ୍କାଳୀନ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସହ ଯୋଗାଯୋଗ ସମ୍ଭବପର ହୋଇନାହିଁ |