Odisha news

ଓଲଟିଲା ଥଣ୍ଡା ପାନୀୟ ବୋଝେଇ ମିନି ଟ୍ରକ, ଅଳ୍ପକେ ବର୍ତ୍ତି ଡ୍ରାଇଭର

0

ନିରାକାରପୁର,୭/୫୧୬ନମ୍ବର ଜାତୀୟ ରାଜପଥ ଜଂକିଆ ଥାନା ସମ୍ମୁଖରେ ଓଲଟିଲା ଥଣ୍ଡା ବୋଝେଇ ମିନି ଟ୍ରକ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର।ସୂଚନାରୁ ଜଣାପଡିଛି ଏକ ଥଣ୍ଡା ବୋଝେଇ ମିନିଟ୍ରକ ଖୋର୍ଦ୍ଧା ପଟୁ ଟାଂଗି ଆଡକୁ ଯାଉଥିବା ବେଳେ ଜାତୀୟ ରାଜପଥ ଜଂକିଆ ଥାନା ସମ୍ମୁଖରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା।ଗାଡିର ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗାଡିରେ ଲୋଡ ହୋଇଥିବା ଥଣ୍ଡା ଟ୍ରେ ଓ ବୋତଲ ଗୁଡିକ ରାସ୍ତାରେ ଏଣେତେଣେ ଛିଟିକି ପଡିଥିଲା।ରାସ୍ତାରେ ଟ୍ରେ ଓ ବୋତଲ ପଡିରହିଥିବାରୁ କିଛି ସମୟ ପାଇଁ ଗାଡି ମୋଟର ଚଳାଚଳ ରେ ବ୍ୟାଘାତ ସୃଷ୍ଟି ହୋଇଥିଲା।ଖବର ପାଇ ଜଂକିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିଟିକୁ ରାସ୍ତାରୁ ଉଠାଇ ରାସ୍ତା ସଫା କରିବାରେ ଗାଡି ମୋଟର ଚଳାଚଳ ସ୍ୱାଭାବିକ ହୋଇଥିଲା।

Leave A Reply