Odisha news

ଉପାନ୍ତ ଅଞ୍ଚଳରେ ମୋବାଇଲ ଟାୱାର ଉଦଘାଟନ

0

ତେଲକୋଇ-୧୪/୯-ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ତେଲକୋଇ ବ୍ଲକ ଉପାନ୍ତ ଅଞ୍ଚଳରେ ବହୁ ପ୍ରତୀକ୍ଷିତ ମୋବାଇଲ ଟାୱାର ଉଦଘାଟନ ହୋଇଯାଇଛି।ଏହି ମୋବାଇଲ ଟାୱାର ସ୍ଥାନୀୟ ବିଧାୟକ ତଥା ରାଜ୍ୟର  ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରମାନନ୍ଦ ନାୟକ ଙ୍କ ଉଦ୍ୟମ ରେ ସଫଳ ହୋଇଥିବାରୁ ଅଞ୍ଚଳ ବାସୀ ସାଧୁବାଦ ଜଣାଇଥିଲେ।ତେବେ ଏହି ଉପାନ୍ତ ଅଞ୍ଚଳ କାଳିଆହତା, ପୁରୁଯୋଡ଼ା ଓ ବଳଭଦ୍ରପୁର ପଞ୍ଚାୟତରେ ସର୍ବ ମୋଟ ୪ଟି ଜିଓ ଟାୱାର ସୋମବାର ମନ୍ତ୍ରୀ ଉଦଘାଟନ କରିଛନ୍ତି।ଏହି ସେବା ନଥିବାରୁ ଛାତ୍ର ଛାତ୍ରୀ ମାନେ ପାଠ ପଢା ଠାରୁ ଆରମ୍ଭ କରି ସୁସ୍ଥ୍ୟସେବା, ସରକାରୀ କାର୍ଯ୍ୟରେ ବାଧା ଉପୁଜୁଥିଲା।ଏହି ଉଦଘାଟନ ଅବସରରେ ବ୍ଲକ ବିଜେଡି ସଭାପତି ସନ୍ତୋଷ କୁମାର ବିଶ୍ବାଳ ସମେତ ବହୁ ଛାମୁଆ କର୍ମକର୍ତ୍ତା ସାମିଲ ହୋଇଥିଲେ।

Leave A Reply