Odisha news

ସେବା ସପ୍ତାହର ପ୍ରଥମ ଦିନରେ ବୃକ୍ଷ ରୋପଣ ସହିତ ପରିବେଶ ସୁରକ୍ଷା ପାଇଁ ଶପଥ ନେଲା ବିଜେପି

0

ଖୋର୍ଦ୍ଧା,୧୪ା୯ : ଦେଶର ଲୋକ ପି୍ରୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜୟନ୍ତୀ ଉପଲକ୍ଷେ ବିଜେପି ତରଫରୁ ସମଗ୍ର ଦେଶରେ ଏକ ସପ୍ତାହ ବ୍ୟାପି ସେବା ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ପ୍ରଥମ ଦିନରେ ବୃକ୍ଷରୋପଣ ଏବଂ ପରିବେଶ ରକ୍ଷା ପାଇଁ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଏହି ଅବସରରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ବିଜେପି ତରଫରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡେଇତରାୟଙ୍କ ନେତୃତ୍ୱରେ ଖୋର୍ଦ୍ଧାର ୭ଗୋଟି ମଣ୍ଡଳରେ ବ୍ୟାପକ ରୂପେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି । ଦକ୍ଷିଣ ମଣ୍ଡଳର ମଳିପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସଭାପତି ସୀତାରାମ ରାଉତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ବିଧାୟକ ପ୍ରାର୍ଥୀ କାଳୁଚରଣ ଖଣ୍ଡେଇତରାୟ ଶିକ୍ଷାବିତ୍ ଲକ୍ଷ୍ମୀଧର ଶ୍ରୀଚନ୍ଦନ, ମହନ୍ତ ବିଶ୍ୱମ୍ବର ଦାସ ମହାରାଜ ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା କେଳୁ ଜଗବେ୍ଦବ, ଯୁବନେତା କିଶୋର ବରାଳ, ସମିତି ସଭ୍ୟ ଅମରେନ୍ଦ୍ର ବଳିଆରସିଂହ, ସୋ÷ଭାଗ୍ୟ ରଂଜନ ରାୟସିଂହ ଓ ଜୟକୃଷ୍ଣ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

ବଡ଼ ପୋଖରୀଆ ମଣ୍ଡଳର ଟାଙ୍କୋଳ ଉଚ୍ଚ ବିଦ୍ୟାଳୟ ପରିସରରେ ସଭାପତି ବିିପିନ ପାଲଟାସିଂହ, କୁହୁଡ଼ି ମଣ୍ଡଳର ଦିନବନ୍ଧୁପୁରରେ ସଭାପତି ପବିତ୍ର ହରିଚନ୍ଦନ, ଟାଙ୍ଗୀ ମଣ୍ଡଳର ସୁନ୍ଦରପୁର ଉଚ୍ଚ ବିଦ୍ୟାଳୟ ପରିସରରେ ସଭାପତି ପୂର୍ଣ୍ଣଚନ୍ଦ୍ର କଳସ ଏବଂ ନିରାକାରପୁର ମଣ୍ଡଳର ହରିପୁର ଦଧିବାବନ ମନ୍ଦିର ପରିସରରେ ସଭାପତି ଆଲୋକ ରଂଜନ ଛୋଟରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀରଂଜନ ମଙ୍ଗରାଜ ଯୋଗଦେଇ ବୃକ୍ଷ ରୋପଣ କରି କାର୍ଯ୍ୟକର୍ତାମାନଙ୍କୁ ପରିବେଶ ସୁରକ୍ଷା ପାଇଁ ଶପଥ ପାଠ କରାଇଥିଲେ ।

ଖୋର୍ଦ୍ଧା ନଗର ମଣ୍ଡଳର ଭାଲିଆବାଡ଼ି ଖେଳ ପଡ଼ିଆଠାରେ ସଭାପତି ଲୋକନାଥ ପ୍ରଧାନ ଏବଂ ଖୋର୍ଦ୍ଧା ମଧ୍ୟମଣ୍ଡଳର କୋଣାର୍କ ନଗର ଠାରେ ସଭାପତି ମାନସ ରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ କାଳୁଚରଣ ଖଣ୍ଡେଇତରାୟ କାଯଁ୍ୟକ୍ରମଟିକୁ ଉଦ୍ଘାଟନ କରିଥିଲେ ।

ଏହି ସବୁ କାର୍ଯ୍ୟକ୍ରମରେ ସ୍ଥାନୀୟ କାର୍ଯ୍ୟକର୍ତା ଗଗନ ମଲ୍ଲ, ରଂଜନ ବରାଳ, ପ୍ରଭାକର ପ୍ରଧାନ, ରମେଶ ମହାପାତ୍ର, ଜିତେନ୍ଦ୍ର ପ୍ରଧାନ, ଭବାନିଶଙ୍କର ଜେନା, ସୁକେଶ ସେନାପତି, ଟୁନି ଛୋଟରାୟ, ସଂଜୟ ପରିଡ଼ା, ମାଳତୀ ପଲେଇ, ଅରବିନ୍ଦ ରାଉତରାୟ, ଜୟକୃଷ୍ଣ ପ୍ରଧାନ, ଟୁକୁନା ପ୍ରଧାନ, ତି୍ରଲୋଚନା ଦାସ, ଅଭିମନୁ୍ୟ ଭଟୁଆଳ, ଗୋଦାବରିଶ ସାହୁ, ରାମକୃଷ୍ଣ ମହାନ୍ତି, ସୂର୍ଯ୍ୟ ନାରାୟଣ ଦାସ ଦିଲ୍ଲିପ ମିଶ୍ର, ପ୍ରଦୁ୍ୟମ୍ନ ପରମାଣିକ, ଯୁଧିଷ୍ଠିର ମହାପାତ୍ର, ପ୍ରମୋଦ ପ୍ରଧାନ, ଯୁବନେତା ବିକାଶ ପ୍ରଧାନ, ଗଙ୍ଗାଧର ଚମ୍ପତି, ଶିବପ୍ରସାଦ ପରିଡ଼ା, ଅରୁଣ ଛୋଟରାୟ, ଶତିଶ ସାଗର ସ୍ୱାଇଁ, ଗିରିଶ ବେହେରା, ଜୟକୃଷ୍ଣ ଦାସ, ବୈଷ୍ଣବ ମହାପାତ୍ର, ସଂଜୟ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ

Leave A Reply