Odisha news

ଟିଏମସି ର ଘର କଳହ ଆସିଲା ପଦାକୁ : ଟିଏମସି ର ନିଷ୍କାସିତ ନେତା ଦାବି କଲେ ଦଳ ଆମର

0
ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସି ର ପରାଜୟ ପରେ ଦଳ ଭିତର କନ୍ଦଳ ତେଜିଛି , ମମତା ବାନାର୍ଜୀ ୨ ବିଧାୟକ ଙ୍କୁ ଦଳରୁ ବାହାରକରି ଦେଇଛନ୍ତି, ବର୍ତମାନ ବାଗୀ ବିଧାୟକ ସାନ୍ଦୀପନି ସାହା ଓ ରୁତୁବ୍ରତ ବାନାର୍ଜୀ ବିଧାନସଭା ପହଂଚି ସାରିଛନ୍ତି, ଏବଂ ସେ ମଧ୍ୟ ଦାବି କରିଛନ୍ତି ୫୯ ଜଣ ବିଧାୟକ ତାଙ୍କୁ ସମର୍ଥନ କରିଛନ୍ତି, ଏହାଛଡା ରୁତୁବ୍ରତ ବାନାର୍ଜୀ ବିଧାନସଭା ରେ ନିଜକୁ ବିପକ୍ଷର ନେତା ଭାବରେ ଚୟନ କରିଛନ୍ତି l

ବିଧାନସଭା ପହଂଚିବା ପରେ ବାଗୀ ବିଧାୟକ ବିଧାନସଭା ଅଧ୍ୟକ୍ଷ ଙ୍କୁ ୫୯ ବିଧାୟକଙ୍କ ସମର୍ଥନ ପତ୍ର ହସ୍ତାନ୍ତର କରିଛନ୍ତି, ସାନ୍ଦୀପନି ସାହା କହିଛନ୍ତି ଯେ ଆମକୁ ଦୁଇ ତୃତୀୟାଂଶ ବିଧାୟକ ଙ୍କର ସମର୍ଥଂ ମିଳିଛି l ଟିଏମସି ବିଧାୟକ ମୁସ୍ତାଫିଜୁର ରହମାନ କହିଛନ୍ତି ଯେ ମୁଁ ବାହାରୁ ସୁଣିଛିଯେ ୫୯ ବିଧାୟକଙ୍କ ହସ୍ତାକ୍ଷର ମିଳିଛି l  ତେଣୁ ବହୁମତ ସହିତ ମୁଁ ରହିଛି l

ଆଜି ଅପରାହ୍ନ ସୁଦ୍ଧା ନିଷ୍କାସିତ ନେତା ମାନଙ୍କର ମିଟିଂ ପରେ ଦଳର ସ୍ଥିତି ଓ ବିଧାନସଭା ର ବିପକ୍ଷ ନେତାଙ୍କ ର ସ୍ଥିତି ନିର୍ଧାରଣ ହେବ ବୋଲି ଆଶା କରାଯାଉଛି l ବର୍ତମାନ ୮୦ ରୁ ୫୯ ବିଧାୟକ ନିଜକୁ ଅସଲି ତୃଣମୂଳ ବୋଲି କହୁଥିବା ବେଳେ ମମତା ଦିଦି ଚିନ୍ତାରେ ପଡିଛନ୍ତି l  କାହିଁକି ନା ୨ ତୃତୀୟାଂଶ ବହୁମତ  ପାଇଁ ୫୪ ବିଧାୟକ ଙ୍କ ହସ୍ତାକ୍ଷର ଆବଶ୍ୟକ l ଯଦି ୫୪ ରୁ କମିଲେ ବିଧାୟକ ତେବେ ସ୍ପିକର ଅପୋଜିସନ ରେ ବସିବାକୁ ଅନୁମତି ଦେବେ ନାହିଁ, ନୂଆ ଦଳ ନିଜକୁ ଅସଲି ତୃଣମୂଳ ଦାବି କରି ଦଳର ଚିହ୍ନ ତାଙ୍କର ବୋଲି କହିଛନ୍ତି l  କିନ୍ତୁ ମମତା ଦଳର ଚିହ୍ନ ଦେବାକୁ ଇଛୁକ ନୁହନ୍ତି l  ଦେଖାଯାଉ ଆଗକୁ ପଶ୍ଚିମବଙ୍ଗ ରେ ତୃଣମୂଳ କଂଗ୍ରେସ ର ସ୍ଥିତି କଣ ରହୁଛି ଓ ଦଳର ଚିହ୍ନ କାହାକୁ ମିଳୁଛି ?

Govt
Leave A Reply