Odisha news

ଆପଦ ସମୟରେ ଫସଲ ସୁରକ୍ଷା ପାଇଁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଗ୍ଲୋବାଲ ଷ୍ଟାଣ୍ଡାର୍ଡ ପ୍ରଶିକ୍ଷଣ

0

– ଭାରତର ୩୦୦୦ ଗ୍ରାମରେ ପହଞ୍ଚିବ ଏହି ଜରୁରୀକାଳୀନ ପ୍ରଶିକ୍ଷଣ

ବିପର୍ଯ୍ୟୟ ସମୟରେ ପ୍ରସ୍ତୁତିଫସଲ ସୁରକ୍ଷା ଏବଂ ପୁନରୁଦ୍ଧାର ଉପରେ ଧ୍ୟାନଦେଇ ଆଠଟି ରାଜ୍ୟର ପ୍ରଫେସନାଲଙ୍କ ସହିତ ଓଡ଼ିଶାରୁ ପ୍ରଶିକ୍ଷଣ ଆରମ୍ଭ ହୋଇଛିଯାହା ବିପର୍ଯ୍ୟୟରେ ପ୍ରସ୍ତୁତିଫସଲ ସୁରକ୍ଷା ଏବଂ ପୁନରୁଦ୍ଧାର ଉପରେ ଧ୍ୟାନ କେନ୍ଦ୍ରିତ କରୁଛି

– ଏହି ତାଲିମ ଜରୁରୀକାଳୀନ ପରିସ୍ଥିତିରେ ଫସଲସମ୍ବନ୍ଧୀୟ ଜୀବିକାକୁ ସମର୍ଥନ କରିବା ପାଇଁ ଅନ୍ତର୍ଜାତୀୟ ମାନଦଣ୍ଡ (ସିଡ୍ସ), ଜଳବାୟୁ ଅନୁକୂଳ କୃଷି (ଏନଆଇସିଆରଏରେ ଜାତୀୟ ନବସୃଜନ ଏବଂ ବ୍ୟବହାରିକ ସ୍ଥିରତାନିର୍ମାଣ ପାଇଁ ଜଳବାୟୁସ୍ମାର୍ଟ କୃଷି ଢାଞ୍ଚାକୁ ଏକୀକୃତ କରୁଛି

– ଭୁବନେଶ୍ୱରରେ ଅନୁଷ୍ଠିତ ପାଞ୍ଚ ଦିନିଆ ପ୍ରଶିକ୍ଷଣ କ୍ଷେତ୍ରୀୟ ପେସାଦାରମାନଙ୍କୁ ବିପର୍ଯ୍ୟୟରେ ଫସଲ ସୁରକ୍ଷା ଏବଂ ପୁନରୁଦ୍ଧାର ଉପରେ ଦକ୍ଷତା ସହିତ ସଶକ୍ତ କରିଛି

– ଆଠଟି ରାଜ୍ୟର ୩୦ ଜଣ ଅଂଶଗ୍ରହଣକାରୀ ତଥା କୃଷି ବିଜ୍ଞାନ କେନ୍ଦ୍ର ଏବଂ ସହଭାଗୀ ସଂଗଠନଗୁଡିକ ୨୨ଟି ଜିଲ୍ଲାରେ କ୍ୟାସକେଡିଂ ତାଲିମ ଦେବେ ଯାହା ଆଠଟି ରାଜ୍ୟର ୩୦୦୦ ଗ୍ରାମକୁ ପହଞ୍ଚିବ।

ଭୁବନେଶ୍ୱର: ଆଗାମୀ ବର୍ଷା ଋତୁ ପୂର୍ବରୁ ବିପର୍ଯ୍ୟୟ ସମୟରେ ଫସଲ ସୁରକ୍ଷା ପାଇଁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବିଶ୍ୱସ୍ତରୀୟ ମାନକ ଆଧାରିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।  ଭାରତରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଏହାର ଆୟୋଜନ କରାଯାଇଛି। ଆପାତକାଳରେ ଫସଲ ଉପରେ ନିର୍ଭରଶୀଳ ଅଜୀବିକାର ସୁରକ୍ଷା ଉପରେ ପର୍ଯ୍ୟବେସିତ ପେସାଦାରମାନଙ୍କ ଏହି ପାଞ୍ଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଷୀଙ୍କୁ ସହାୟତା କରିବା ପାଇଁ ବିଭିନ୍ନ ଅନ୍ତର୍ଦୃଷ୍ଟି ଏବଂ ଦକ୍ଷତାକୁ ଏକତ୍ର  କରିଛି। ଭାରତରେ ପ୍ରାକୃତିକ ବିପର୍ଯ୍ୟୟ ସାଧାରଣ କଥା  ହୋଇଥିବା ବେଳେ ଚାଷୀଙ୍କ ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଫସଲ ସୁରକ୍ଷାକୁ ପ୍ରାଥମିକତା ଦେବା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ।

ଦ ଷ୍ଟାଣ୍ଡାର୍ଡସ ଫର ସପୋର୍ଟିଂ କ୍ରପ୍ ରିଲେଟେଡ ଲାଇଭ୍ଳିହୁଡ଼ସ ଇନ ଏମେର୍ଜେନସିଜ (ସିଡ୍ସ) ହେଉଛି ଆନ୍ତର୍ଜାତୀୟ, ପ୍ରମାଣ-ଆଧାରିତ ନ୍ୟୁନତମ ମାନଦଣ୍ଡ। ଏହା ମାନବୀୟ କାର୍ଯ୍ୟକର୍ତ୍ତାଙ୍କ ମାର୍ଗଦର୍ଶନ କରିଥାଏ ଯଦ୍ୱାରା ସେମାନେ  ସଙ୍କଟ ବେଳେ କୃଷି କାର୍ଯ୍ୟ କରୁଥିବା ଚାଷୀ ସମୁଦାୟର ଅଜୀବିକାକୁ ମଜଭୁତ କରିବା ପାଇଁ ସଠିକ ଏବଂ ଉଚ୍ଚ ଗୁଣବତ୍ତାଯୁକ୍ତ କୃଷି ପଦକ୍ଷେପଗୁଡିକର ଡିଜାଇନ, କାର୍ଯ୍ୟନ୍ୱୟନ ଏବଂ ମୂଲ୍ୟାଙ୍କନ କରିପାରିବେ।

ରିଲାଏନ୍ସ ଫାଉଣ୍ଡେସନର ବିପର୍ଯ୍ୟୟ ପରିଚାଳନା ମୁଖ୍ୟ ଅନିମେଶ ପ୍ରକାଶ କହିଛନ୍ତି “ବ୍ୟବହାରିକ ଏବଂ କ୍ଷେତ୍ର ପାଇଁ ପ୍ରସ୍ତୁତ (ଫିଲଡ ରେଡି) ଦୃଷ୍ଟିକୋଣ ରଖିଥିବା ପ୍ରଶିକ୍ଷିତ ପେସାଦାରଙ୍କ ଏକ ମଜଭୁତ ନେଟୱାର୍କ ଆପାତ ସ୍ଥିତିରେ ଫସଲ ଆଧାରିତ ଆଜୀବିକାକୁ ସୁରକ୍ଷା ଦେବେ। ଆଗାମୀ ୫ ବର୍ଷ ମଧ୍ୟରେ ପ୍ରାୟ ଏକ ଲକ୍ଷ ଚାଷୀଙ୍କ ପାଖରେ ପହଞ୍ଚି ଉନ୍ନତ ପ୍ରସ୍ତୁତି ଏବଂ ରେସ୍ପନ୍ସ  କ୍ଷମତା ସହିତ ଆପାତକାଳୀନ ସ୍ଥିତିରେ ଫସଲ ନିର୍ଭରଶୀଳ ଜୀବିକାକୁ ସୁରକ୍ଷିତ ରଖାଯିବ” ।

ସେ ଆହୁରି କହିଛନ୍ତି ଯେ, “ଏହି ପ୍ରଶିକ୍ଷଣର  ବିଶେଷତ୍ୱ ହେଉଛି ସିଡ୍ସ ଭଳି ବିଶ୍ୱସ୍ତରୀୟ ଢାଞ୍ଚାକୁ ସ୍ଥାନୀୟ ରୂପେ ପ୍ରାସଙ୍ଗିକ ପ୍ରଥା ଏବଂ ସହଯୋଗାତ୍ମକ ଶିକ୍ଷା ସହିତ ଏକତ୍ରିତ ଏକତ୍ରିତ କରିବା। ଆଗାମୀ ବର୍ଷରେ କାର୍ଯ୍ୟକ୍ରମ ଗ୍ରାମୀଣ ସମୁଦାୟରେ ଦୀର୍ଘକାଳୀନ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରସ୍ତୁତିକୁ ସୁଦୃଢ଼​​କରିବା ଲକ୍ଷ୍ୟ ରଖିଛି।”

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ର  ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ଉମାଶଙ୍କର ନାୟକ କହିଛନ୍ତି “ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ହେଉଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମୁଦାୟ ଆଧାରିତ ସ୍ଥିରତା ଏବଂ ରେସ୍ପନ୍ସ  କ୍ଷମତା ବୃଦ୍ଧି କରିବା ପାଇଁ ସଠିକ୍ ଜ୍ଞାନ ଏବଂ ଦକ୍ଷତା ରହିଥିବା ପ୍ରଶିକ୍ଷିତ ପେସାଦାରଙ୍କ ଏକ କ୍ୟାଡର ବିକଶିତ କରିବାରେ ବେଶ ସହାୟକ ହେବ। ଆମେ ସମୁଦାୟଗୁଡିକର ସୁରକ୍ଷା ଦେବା ପାଇଁ ବୈଜ୍ଞାନିକ ପଦ୍ଧତିର ପ୍ରଭାବକୁ ଦେଖିଛୁ,”।

ଏହି ପ୍ରଶିକ୍ଷଣ ବିଚାରକୁ ଉନ୍ନତ କରି ବ୍ୟବହାରିକ ଉପକରଣ ପ୍ରଦାନ ସହିତ କ୍ଷେତ୍ର-ଅନୁକୂଳ ଦୃଷ୍ଟିକୋଣ ଉପସ୍ଥାପନ କରି ଆପାତକାଳୀନ ସ୍ଥିତିରେ ଫସଲ ଉପରେ ନିର୍ଭରଶୀଳ ଅଜୀବିକାର ରକ୍ଷା ପାଇଁ ପେଶାଦାରମାନଙ୍କ ତତ୍ପରତା ଓ ପ୍ରସ୍ତୁତିକୁ ମଜଭୁତ କରିଛି। ଅଂଶଗ୍ରହଣକାରୀମାନେ ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ଯୋଜନା ପାଇଁ ଜଳବାୟୁ-ସ୍ମାର୍ଟ କୃଷି ଏବଂ ନିକ୍ରା ସହିତ ଜଡିତ ଜଳବାୟୁ-ଅନୁକୂଳ କୃଷି ପଦ୍ଧତି ସହିତ ସିଡ୍ସ ନ୍ୟୁନତମ ମାନକଗୁଡିକ ଲାଗୁ କରିବା ଶିଖିଥିଲେ ଏବଂ ବ୍ୟାପକ ସମୁଦାୟ ସ୍ଥିରତା ପ୍ରୟାସ କରିଥିଲେ।

ଆପାତ ସ୍ଥିତି ପୂର୍ବରୁ, ସମୟରେ ଏବଂ ପରେ ସମୟୋଚିତ ଏବଂ ସୂଚିତ ପଦକ୍ଷେପକୁ ବ୍ୟବହାରିକ ଉପକରଣ, ରଣନୀତି ଏବଂ କ୍ଷେତ୍ର-ମୁଖୀ ପଦ୍ଧତି ସହିତ ସମର୍ଥନ କରାଯାଇପାରିବ।

ରିଲାଏନ୍ସ ଫାଉଣ୍ଡେସନର ବିଶେଷଜ୍ଞମାନଙ୍କ ବ୍ୟତୀତ, ଗୁଜରାଟ ଓ ତାମିଲନାଡୁର କୃଷି ବିଜ୍ଞାନ କେନ୍ଦ୍ରର ପ୍ରତିନିଧିସମୂହ ଏବଂ ଗୁଜରାଟ, ପଶ୍ଚିମବଙ୍ଗ, ଆସାମ, ବିହାର, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, କେରଳ ଏବଂ ଓଡ଼ିଶାର କାର୍ଯ୍ୟନ୍ୱୟନ ସହଯୋଗୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ବିପର୍ଯ୍ୟୟ ବିପଦ ହ୍ରାସ, କୃଷି ଏବଂ ଜୀବିକା କ୍ଷେତ୍ରରେ କାର୍ଯ୍ୟ କରୁଥିବା ପେଶାଦାରମାନଙ୍କ ମଧ୍ୟରେ ପାରସ୍ପରିକ ଶିକ୍ଷା ଆଦାନପ୍ରଦାନ ପାଇଁ ଏକ ସହଯୋଗୀ ପ୍ଲାଟଫର୍ମ ସୃଷ୍ଟି କରିଥିଲା।

ଏହି ପ୍ରଶିକ୍ଷଣରେ କୃଷି ବୈଜ୍ଞାନିକ ଅଂଶୁମାନ ଦାସ ଏବଂ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଉମାଶଙ୍କର ନାୟକ, ରିଲାଏନ୍ସ ଫାଉଣ୍ଡେସନର ହାନସେନ ଥାମ୍ବି ପ୍ରେମ ଏବଂ ଏସିଆ ପାସିଫିକ୍ ସିଡ୍ସ ମାନକରେ ପ୍ରଶିକ୍ଷିତ ଜଳବାୟୁ ବିଶେଷଜ୍ଞ କୃଷ୍ଣ ମୋହନଙ୍କ ଦ୍ୱାରା ଅଧିବେଶନ ଆୟୋଜିତ ହୋଇଥିବା ବେଳେ ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (ଏଫଏଓ) ର ଶନ୍ ମ୍ୟାକଗୁୟାରଙ୍କ ଦ୍ୱାରା ଏକ ଭର୍ଚୁଆଲ୍ ଅଧିବେଶନ ଅନୁଷ୍ଠିତ ହୋଇଥିଲା।

ଅଂଶଗ୍ରହଣକାରୀମାନେ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ପୋଷ୍ୟ ନରୁଡା ଗ୍ରାମ ମଧ୍ୟ ପରିଦର୍ଶନ କରିଥିଲେ। ଚାଷୀମାନଙ୍କ ସହିତ ଆଲୋଚନା କରି ସମୁଦାୟ ସ୍ତରରେ କିଭଳି ଫସଲ-ନିର୍ଭରଶୀଳ ଅଜୀବିକା ସୁରକ୍ଷା ମଡେଲଗୁଡ଼ିକୁ କାର୍ଯ୍ୟକାରୀ କରାଯାଏ ତାହା ବୁଝିଥିଲେ ତଥା ଏହି ମଡେଲ ଗୁଡିକର ପ୍ରଭାବଶୀଳତାକୁ ପ୍ରତ୍ୟକ୍ଷ ଭାବରେ ପର୍ଯ୍ୟବେକ୍ଷଣ କରିଥିଲେ।

ରିଲାଏନ୍ସ ଫାଉଣ୍ଡେସନ ଅତ୍ୟନ୍ତ ଜରୁରୀ ଏବଂ ବିପର୍ଯ୍ୟୟ ବେଳେ ମଧ୍ୟ ନିରନ୍ତର କ୍ଷେତ୍ରସ୍ତରୀୟ କ୍ଷମତା ନିର୍ମାଣ କରିବା ଏବଂ କୃଷି ସ୍ଥିରତାକୁ ସୁଦୃଢ଼ କରିବା ତଥା ସ୍ଥାୟୀ ଗ୍ରାମୀଣ ଜୀବିକାକୁ ସମର୍ଥନ କରିବା ପାଇଁ ସହଯୋଗୀ ଓ ସ୍ଥାନୀୟ ଭାବରେ ପ୍ରାସଙ୍ଗିକ ପଦ୍ଧତିଗୁଡ଼ିକୁ ସକ୍ଷମ କରିବା ଲକ୍ଷ୍ୟ ରଖିଛି।

IEC 2 years
Leave A Reply