Odisha news

ନୂଆସାହି ବାତ୍ୟା ଆଶ୍ରୟସ୍ଥଳୀରେ ବ୍ଲକସ୍ତରୀୟ ମକ୍ ଡି୍ରଲ ଅନୁଷ୍ଠିତ

0

ତିହିଡି, ୧୯/୦୬(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅଧୀନ ସିନେ୍ଦାଳ ପଞ୍ଚାୟତ ନୂଆସାହି ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଗୁରୁବାର ଦିନ ବ୍ଲକସ୍ତରୀୟ ମକ୍ ଡି୍ରଲ ଅନୁଷ୍ଠିତ ହୋଇଯାଇଛି । ସଂପ୍ରତି ମୌସୁମୀ ବର୍ଷା ସକ୍ରିୟ ରହିଥିବା ବେଳେ ଆଗକୁ ଏଥିନେଇ ବଡ ବର୍ଷାର ସମ୍ଭାବନା ବି ରହିଛି । ଅନ୍ୟପକ୍ଷେ ଆଗାମୀ ଜୁଲାଇ ମାସରେ ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ବି ଦେଖା ଦେଇପାରେ । ଏହାର ମୁକାବିଲା ପାଇଁ ଲୋକଙ୍କୁ ସତର୍କ ଓ ସଚେତନ ରହିବାକୁ ଏହି ମକ୍ଡ୍ରିଲ ଅବସରରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପରାମର୍ଶ ମାନ ଦିଆଯାଇଥିଲା । ବିଡିଓ ନିରଞ୍ଜନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଦôକାରୀ ସୁବାସ ନାୟକ, ସରପଞ୍ଚ ସୁପ୍ରଭା ପାଣି, ଏବିଡିଓ ମାନସ କୁମାର ଜେନା, ତିହିଡି ଅଗ୍ନିଶମ ଅଧିକାରୀ, ମେଡିକାଲ ଅଫିସର ଶୁଭକାନ୍ତ ଓଝା, ବ୍ଳକସ୍ତରୀୟ ନୋଡାଲ ଅଫିସର ଲଲାଟେନ୍ଦୁ ପାଲ ଓ ସମାସେବିକା ରଞ୍ଜୁୁଲତା ଗାହାଣ ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply