ତିହିଡି, ୦୮/୦୧(ଯଦୁମଣି ପାଣିଗ୍ରାହୀ): ବଡ ଧରଣର ଡକାୟତି ଉଦ୍ୟମ ପଣ୍ଡ ହୋଇଛି । ଶେଷରେ ୫ ଆନ୍ତଃ ଜିଲା ଡକାୟତଙ୍କୁ ଗିରଫ କରିଛି ତିହିଡି ପୋଲିସ । ସୋମବାର ରାତି ପ୍ରାୟ ୧୧.୩୦ ଘଟିକାରେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଦୋଳସାହି ଗୋରୁହାଟ ପଡିଆରୁ ଅସ୍ତ୍ରଶସ୍ତ୍ର ଧରି ଡକାୟତି କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସେମାନଙ୍କୁ ଧରିଥିବା ସୂଚନା ମିଳିଛି । ଦୋଳସାହି ଗାଜିପୁର ଓ ଅଲ୍ଲୀନଗର ଅଞ୍ଚଳରେ ପୋଲିସ ରାତି ପେଟ୍ରୋଲିଂ କରୁଥିବା ବେଳେ କୌଣସି ସୂତ୍ରରୁ ସୁରାକ ପାଇ ଚଢାଉ କରିଥିଲ । ତେବେ ପୋଲିସକୁ ଦେଖି ଅଭିଯୁକ୍ତ ମାନେ ସେଠାରୁ ଦୌଡି ପଳାଉଥିବା ବେଳେ ପୋଲିସ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଛି । ସେମାନେ ଦୋଳସାହି ଗାଁର ସୁଦର୍ଶନ ଦାସଙ୍କ ପୁଅ ଅଜୟ ଦାସ ଓ ସଦାନନ୍ଦ ଦାସ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଶିବରାମ ଜେନା ଓ ରାଜା ନାୟ ଏବଂ ଖୋର୍ଦ୍ଦା ଟାଉନ୍ ଅଧିନ ଖୋର୍ଦ୍ଦା ଦେବାନୀସାହିର ଚନ୍ଦନ ସାହୁ ବୋଲି ଜଣା ଯାଇଛି । ସେମାନଙ୍କୁ ଅଟକ ରଖି ଜଣ ଜଣ କରି ଖୋଜା ଖୋଜି କରିବାରୁ ସେମାନଙ୍କ ପାଖରୁ ଦୁଇଟି ଖଣ୍ଡା, ଗୋଟିଏ ଲୁହା ରଡ, ଏକ ମୁନିଆ ଛୁରୀ, ହାତୁଡି ଓ ସେମାନେ ବସିଥିବା ସ୍ଥାନରେ ଖୋଜା ଖୋଜି କରିବାରୁ ସେଠାରୁ ଦୁଇଟି ଖାଲି ମଦ ବୋତଲ, ଗୋଟିଏ ସିଗାରେଟ ପ୍ୟାକେଟ ଓ କିଛି ଖାଲି ଚେନାଚୂର ପ୍ୟାକେଟ ମିଳିଥିଲା । ସେମାନେ ଗୁଆମାଳ ଗାଁରେ ଏକ ଘରେ ଡକାୟତି କରିବାପାଇଁ ଏକଜୁଟ୍ ହୋଇଥିବା ପୋଲିସ ଜାଣିବାକୁ ପାଇଛି । ଅପରାଧି ଅଜୟ ଓ ସଦାନନ୍ଦ ପୂର୍ବରୁ ୩ଟି ଧର୍ତ୍ତବ୍ୟ ଅପରାଧରେ ୨ ଥର ଗିରଫ୍ ହୋଇ କୋର୍ଟ ·ଲାଣ ହୋଇଥିବା ବେଳେ ଅନ୍ୟ ୩ ଜଣ ମଧ୍ୟ କେତେକ ମାମଲାରେ ଛନ୍ଦି ହୋଇଥିବା ଜଣାଯାଇଛି । ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଯା’ଆସ କରୁଥିବା ଯାତ୍ରୀ ଓ ରାସ୍ତା ପାଶ୍ୱର୍ରେ ଥିବା ଗାଁରେ ଥିବା ଘରୁ ଡକାୟତି କରୁଥିବା ଜେରା ବେଳେ ଜଣାପଡ଼ିଛି ।