ହିନ୍ଦୁ ଧର୍ମର ଏହା ଗୋଟିଏ ଏଭଳି ପର୍ବ ଯେଉଁଦିନ ସୂର୍ଯ୍ୟ ଦେବ ନିଜ ପୁତ୍ର ଶନି ଦେବ ଙ୍କୁ ସାକ୍ଷାତ କରିବା ପାଇଁ ଆସି ଥାଆନ୍ତି, ମକର ରାଶି ହେଉଛି ଶନି ଙ୍କ ଘର, ତେଣୁ ଏହି ପର୍ବର ସମ୍ବନ୍ଧ ଉଭୟ ଶନି ଏବଂ ସୂର୍ଯ୍ୟ ଉଭୟ ଙ୍କ ସହିତ ରହିଛି, ଯଦି ଆପଣଙ୍କ କୁଣ୍ଡଳୀ ରେ ଶନି ଓ ସୂର୍ଯ୍ୟ ଙ୍କ ପ୍ରଭାବ ରହୁଛି ତେବେ ଏହି ୫ଟି ଦିବ୍ୟ ମନ୍ତ୍ର ପାଠ କରନ୍ତୁ l
* ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ସମୟ ରେ ଏହି ମନ୍ତ୍ର କୁ ପାଠ କରିବା ଦ୍ୱାରା ଜାତକ ରେ ସୂର୍ଯ୍ୟ ଙ୍କ ସ୍ଥିତି ସୁଦୃଢ ରହିଥାଏ ‘ଓମ ଐହି ସୂର୍ଯ୍ୟ ସହ ସ୍ତ୍ରାଶୋଙ୍ଗ ତେଜୋରାସେ ଜଗତ୍ପତ୍ୟେ , ଅନକଂପୟେମାଂ ଭକ୍ତ୍ୟl ଗୃହାଣlର୍ଘ୍ୟଙ୍ଗ ନମୋ ସ୍ତୁତେ ‘l
* ମକର ସଂକ୍ରାନ୍ତି ଦିନ ଆପଣ ଆଦିତ୍ୟ ମଣ୍ଡଳ ବ୍ରାହ୍ମଣ ଙ୍କୁ ଦାନ କରିବା ସମୟ ରେ ଏହି ମନ୍ତ୍ର ପାଠ କଲେ ସମସ୍ତ ପ୍ରକାର ଦୋଷ ଦୂର ହୋଇଥାଏ ‘ ଆଦିତ୍ୟତେଜସୋତ୍ପନଂ ରାଜତଂ ବିଧିନିର୍ମିତଂ , ଶ୍ରେୟସେ ମମ ବିପ୍ର ତ୍ଵଂ ପ୍ରତିଗୃହଣେଦମୁ ତମମ୍ l
* ଏହିଦିନ ଆପଣ ଏହି ମନ୍ତ୍ର ଜପ କରିବା ଦ୍ୱାରା ଉଭୟ ସୂର୍ଯ୍ୟ ଓ ଇନ୍ଦ୍ର ଙ୍କ କୃପା ପ୍ରାପ୍ତି ହୋଇଥାଏ ‘ଇନ୍ଦ୍ରଂ ବିଷ୍ନୁଙ୍ଗ ହରିଂ ହଂସମର୍କଂ ଲୋକଗୁରୁଙ୍ଗ ବିଭୁମ , ତ୍ରିନେଟ୍ରଙ୍ଗ ତ୍ର୍ୟକ୍ଷରଂ ତ୍ର୍ୟଡ଼ଙ୍ଗ ତ୍ରିମୁର୍ତ୍ତିଙ୍ଗ ତ୍ରିଗତିଙ୍ଗ ଶୁଭମ ‘ l
*ଏହି ମନ୍ତ୍ର ସୂର୍ଯ୍ୟ ଦେବଙ୍କ ଦିବ୍ୟ ମନ୍ତ୍ର ଏହାକୁ ପାଠ କରିବା ଦ୍ୱାରା ସୂର୍ଯ୍ୟ ଦେବ ପ୍ରସନ୍ନ ହୋଇ ଥାଆନ୍ତି,’ ଓଂ ହିଂ ସୂର୍ଯ୍ୟାୟ ନମଃ ‘ l
* ଏହି ମନ୍ତ୍ରଟିକୁ ପାଠ କରିବା ଦ୍ୱାରା ସୂର୍ଯ୍ୟ ଦେବଙ୍କ କୃପାରୁ ଆତ୍ମବିଶ୍ଵାସ ପ୍ରାପ୍ତି ହୋଇଥାଏ , ‘ ସୂର୍ଯ୍ୟ ଶକ୍ତି ମନ୍ତ୍ର -ଓଂ ସୂର୍ଯ୍ୟାୟ ଆଦିତ୍ୟାୟ ଶ୍ରୀ ମହାଦେବାୟ ନମଃ ‘ l