Odisha news

ବିଜେପିର ନୂତନ ମଣ୍ଡଳ ସଭାପତି ଭାବେ କେଶବ ବେହେରା ନିଯୁକ୍ତ

0

ତିହିଡି, ୦୮/୦୧(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ସାହାଡାସୁନ୍ଦରୀ ମଣ୍ଡଳୀ ଲାଗି ବିଜେପି ପକ୍ଷରୁ ନୂତନ ସଭାପତି ନିଯୁକ୍ତ କରାଯାଇଛି । ଭାଟପଡା ପଞ୍ଚାୟତ ଅନ୍ତର୍ଗତ ତିହିଡି ଗ୍ରାମର ଯୁବନେତା କେଶବ ବେହେରାଙ୍କୁ ଦଳ ପକ୍ଷରୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ବେହେରା ଦଳର ସାଙ୍ଗଠନିକ କାର୍ଯ୍ୟ ସୂଚାରୁ ରୂପେ ନିର୍ବାହ କରି ଆସୁଥିବାରୁ ଦଳ ତାଙ୍କ ଉପରେ ଭରସା କରି ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛି । ତାଙ୍କ ନେତୃତ୍ୱରେ ଦଳ ଆଗକୁ ଆହୁରି ସୁଦୃଢ ହୋଇପାରିବ ବୋଲି ଆଶା କରାଯାଉଛି । ତାଙ୍କର ଏହି ନିଯୁକ୍ତି ଲାଗି ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଅଭିମନୁ୍ୟ ସେଠୀ ଓ ବାସୁଦେବପୁର ନିର୍ବାଚନ ମଣ୍ଡଳୀସ୍ତରୀୟ ନେତା ବାଣୀକଲ୍ୟାଣ ମହାପାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେହିପରି ଲଙ୍କେଶ୍ୱରୀ ମଣ୍ଡଳ ଲାଗି ଦଳ ପକ୍ଷରୁ ଯୁବନେତା ଅଜୟ କୁମାର ମହାନ୍ତିଙ୍କୁ ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଛି ।

Leave A Reply