Odisha news

ପାଳିଆବିନ୍ଧା ଗାଁର ବଧୂହତ୍ୟା ଘଟଣାର ଡେମୋ ଦେଖାଇଲେ ଶାଶୂ ଓ ଶ୍ୱଶୁର : ହତ୍ୟାକରି ଆତ୍ମହତ୍ୟାର ରୂପ ଦିଆ ଯାଇଥିଲା

0

ତିହିଡି, ୩୦/୦୪(ଯଦୁମଣି ପାଣିଗ୍ରାହୀ): ତିହିଡି ଥାନା ପାଳିଆବିନ୍ଧା ଗ୍ରାମପଞ୍ଚାୟତ ଅଧିନ ପାଳିଆବିନ୍ଧା ବେହେରାସାହିରେ ବଧୂହତ୍ୟା ଘଟଣାର ଡେମୋ ଦେଖାଇଲେ ମୁଖ୍ୟ ଅଭିଯୁକ୍ତ ଶାଶୂ ଓ ଶ୍ୱଶୁର । ଯୌତୁକ ଜନିତ ଘଟଣାରେ କ୍ରୋଧାନ୍ୱିତ ହୋଇ ପୁଅର ଅନୁପସ୍ଥତିରେ ସେମାନେ ବୋହୁକୁ ହତ୍ୟା କରିଛନ୍ତି । ବୋହୁ ନିଜ ରୁମରେ ଥିବାବେଳେ ଶାଶୂ ଓ ଶ୍ୱଶୁର ଧଶେଇ ପଶିଥିଲେ । ଶ୍ୱଶୁର ପ୍ରଥମେ ବୋହୁର ବେକରେ ଏକ ଲୁଗା ବାନ୍ଧି ଚିପି ଧରିଥିଲା ଏବଂ ବୋହୁର ହାତଗୋଡକୁ ଜାବୁଡି ଧରିଥିଲା ଶାଶୂ । କିଛି ସମୟରେ ମଧ୍ୟରେ ସେ ମରିଯିବା ପରେ ବୋହୁ ଆତ୍ମହତ୍ୟା କରିଥିବା ନେଇ ଉପାୟ ଚିନ୍ତା କରିଥିଲେ । ସେହି ଘରେ କାନ୍ଥରେ ଲାଗିଥିବା ଶେଣିରେ ସେହି ଲୁଗାକୁ ବାନ୍ଧି ମୃତା ବୋହୁକୁ ଟାଙ୍ଗିି ଦେଇଥିଲେ । ଏବଂ ନିଜକୁ ନିଦେ୍ର୍ଦାଶ ପ୍ରମାଣ ଦେବାଲାଗି ଶାଶୂ ଛେଳି ଚରାଇବା ବାହାନାନରେ ପାଖ ବିଲକୁ ଯାଇଥିବା ବେଳେ ଶ୍ୱଶୁର ମଧ୍ୟ ଗାଁ ଭିତରକୁ ପଳେଇ ଯାଇଥିଲା । ମାତ୍ର ମୃତାଙ୍କ ୩ ବର୍ଷର ପୁଅ ଘର ଭିତରେ ମାଆ ଝୁଲୁଥିବାର ଦେଖି ଜେଜେମାକୁ ଡାକିଥିଲା । ମାତ୍ର ସେ ଘରକୁ ନଆସି ପଡୋଶୀଙ୍କ ଘରକୁ ଯାଇଥିଲା । ସେଠାରୁ ତାଙ୍କ ମୋବାଇଲ୍ ଯୋଗେ ବୋହୁ ଗୁରୁତର ବୋଲି ନିଜ ପୁଅକୁ ଜଣେଇଥିଲା । ଦୁଇ ଅଭିଯୁକ୍ତ ପୋଲିସ ସମେତ ଗ୍ରାମବାସୀଙ୍କୁ ତାଙ୍କ ବୋହୁ ଆତ୍ମହତ୍ୟା କରିଥିବା କହିଥିଲେ । ମାତ୍ର ପୋଲିସ କେତେକ ତଥ୍ୟକୁ ଆଧାର କରି ମୃତାଙ୍କ ସ୍ୱାମୀ ସମେତ ଶାଶୂ ଓ ଶ୍ୱଶୁରଙ୍କ ଥାନାରେ ପଚରା ଉଚୁରା ଚଳେଇଥିଲା । ତଦନ୍ତ ସମୟରେ ଶାଶୂ ଓ ଶ୍ୱଶୁର ମୂଖ୍ୟ ଅଭିଯୁକ୍ତ ବୋଲି ପୋଲିସ ଜାଣିବାକୁ ପାଇଥିଲା । ମଙ୍ଗଳବାର ସକାଳେ ପୋଲିସ ଅଭିଯୁକ୍ତମାନଙ୍କୁ ନେଇ ଘଟଣା ସ୍ଥଳରେ ଏକ କ୍ରାଇମ୍ ସିନ୍ ରି-କ୍ରିୟେସନ୍ କରାଇଥିଲା । ଉଭୟ ଶାଶୂ ଓ ଶ୍ୱଶୁର କେମିତି ବୋହୁକୁ ହତ୍ୟା କରିଥିଲେ ସେନେଇ ଡେମୋ ଜରିଆରେ ପୋଲିସକୁ ଅବଗତ କରାଇଥିଲେ । ପୋଲିସ ଏନେଇ ମଙ୍ଗଳବାର ମଧ୍ୟାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏପରି ସ୍ପଷ୍ଟ କରିଛି । ମୃତା ବୋହୁ ଅଖିଲତା ଦଳେଇ । ବୟସ ୨୫ । ସେ ମଧୁସୂଦନ ବେହେରାଙ୍କ ସ୍ତ୍ରୀ । ହତ୍ୟାକାରୀ ଶାଶୂ ଭାଗ୍ୟବତୀ ବେହେରା ଓ ଶ୍ୱଶୁର ଗଣେଶ ବେହେରା ବୋଲି ସୂଚନା ମିଳିଛି । ·ନ୍ଦବାଲି ଏସଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକଙ୍କ ସମେତ ଆଇଆଇସି ପ୍ରସନ୍ନ କୁମାର ନାୟକ ଓ ତଦନ୍ତ ଅଧିକାରୀ ଅରୁନ୍ଧତୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ମୁତାବକ, ୨୦୧୯ ମସିହାରେ ମଧୁସୂଦନଙ୍କୁ ଅଖିଲତା ପ୍ରେମ ବିବାହ କରିଥିଲେ । ପରେ ସ୍ୱାମୀ ସମେତ ଶାଶୂ ଓ ଶ୍ୱଶୁର ଯୌତୁକ ଦାବିକରି ନାନାଦି ନିର୍ଯ୍ୟାତନା ଦେଇ ଆସୁଥିଲେ । ତେବେ ଗତ ୨୯ ତାରିଖରେ ସେମାନେ ଅଖିଲତାର ତଣ୍ଟି ଚିପି ବେକରେ ଶାବଳ ପକାଇ ମାରିଦେଇ ଆତ୍ମହତ୍ୟାର ରୂପ ଦେଇଥିବା ଅଖିଲତାର ଭାଇ ମହରମପୁର ପଞ୍ଚାୟତ ଅଧିନ ସାନ୍ତରାପୁର ଦଳେଇସାହିର ଶାନ୍ତନୁ ଦଳେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ୧୯୭/୨୪, ଦଫା ୪୯୮(ଏ), ୩୦୪(ବି), ୨୯୪ ଓ ୩୪ ଆଇପିସି ଏବଂ ୪ ଡିପି ଏକ୍ଟ ରୁଜୁ କରି ଭଦ୍ରକ ସାଇଣ୍ଟିଫିକ୍ ଟିମ୍ର ସହଯୋଗ କ୍ରମେ ତଦନ୍ତ ଚଳାଇଥିଲା । ହତ୍ୟା ସମୟରେ ସ୍ୱାମୀ ଘରେ ନଥିବା ପୋଲିସ ଜାଣିବାକୁ ପାଇଥିଲା । ତଦନ୍ତ ବେଳେ ଶାଶୂ ଓ ଶ୍ୱଶୁରଙ୍କ ଭୂମିକା ଉପରେ ପୋଲିସ ସନେ୍ଦହ କରି ସ୍ୱାମୀ ସମେତ ଶାଶୂ ଓ ଶ୍ୱଶୁରଙ୍କୁ ଥାନାକୁ ଅଧିକ ତଦନ୍ତ ଚଳାଇଥିଲା । ଶାଶୂ ଓ ଶ୍ୱଶୁର ବୋହୁକୁ ହତ୍ୟା କରିଥିବା ଅଭିଯୋଗରେ ଏବଂ ସ୍ୱାମୀକୁ ଯୌତୁକ ନିର୍ଯ୍ୟାତନାରେ ପୋଲିସ ଆଜି କୋର୍ଟ ·ଲାଣ କରିଥିବା ସୂଚନା ଦେଇଛନ୍ତି ଏସଡିପିଓ ।

Leave A Reply