ତିହିଡି, ୨୧/୦୨(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ସିଂଦୋଳ ପଞ୍ଚାୟତ ଅଧିନ କମାରିଆସ୍ଥିତ ତାରିଣୀ ପଡିଆରେ ମା’ତାରିଣୀ ଦିବାରାତ୍ର ଚ୍ୟାଲେଞ୍ଜ ଟ୍ରଫି ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଡାକ୍ତର ଇତିଶ୍ରୀ ଦାସ ଓ ସମ୍ମାନୀତ ଅତିଥିଭାବେ ସ୍ଥାନୀୟ ହାଇସ୍କୁଲର ଶିକ୍ଷକ ବିପ୍ଳବ କୁମାର ପହି ଯୋଗଦେଇ ଉଭୟ ଆୟୋଜକ ଓ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମେ ଟସ୍ ଜିଣି ଏମବି ସ୍ପୋଟିଂ ବେଟିଂ କରିଥିଲା । ୧୨ ଓଭରରେ ୩ ୱିକେଟ୍ ହରାଇ ୬୪ ରନ୍ ସଂଗ୍ରହ କରିଥିବା ବେଳେ ଗନ୍ଧର୍ବ ପୋଖରୀ ଜେବିବି ଟିମ୍ କୌଣସି ୱକେଟ୍ ନହରାଇ ୭୦ ରନ୍ କରି ବିଜୟୀ ହୋଇଛି । ୨ୟ ମେଚଟି ବିନ୍ଧା ସେଭେନଷ୍ଟାର ଓ ପିରହାଟ ଜେଜେ ସ୍ପୋଟିଂ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୨୮ ରନ୍ ବ୍ୟବଧାନରେ ସେଭେନଷ୍ଟାର ପରାଜୟ ବରଣ କରିଛି । ଏହି ଟୁର୍ଣ୍ଣାମେଣ୍ଟିଟି ୬ ଦିନ ଧରି ·ଲିବ ଏବଂ ଆସନ୍ତା ୨୬ ତାରିଖରେ ଏହାର ଫାଇନାଲ୍ ମେଚ୍ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ଚନ୍ଦନ ବାରିକ ଓ ରୁଦ୍ରନାରାୟଣ ନାୟକ ଅମ୍ପେୟାର ଭାବେ ଦାୟିତ୍ୱ ନିର୍ବାହ କରିଥିବା ବେଳେ ରବିନ୍ଦ୍ର ପାଣି ଓ ସୁକାନ୍ତ ସମୀର ନାୟକ ଧାରା ବିବରଣୀ ପ୍ରଦାନ କରିଥିଲେ । କିଶୋର ରାଉଳ, ଆଶିଶ କରଣ, ମାୟାଧର ଯେନା, ରଣଞ୍ଜୟ କରଣ, ଅଭୟ ନାୟକ, ଧନଞ୍ଜୟ ଲେଙ୍କା, ସଞ୍ଜୟ ପରିଡା, ସନାତନ କରଣ, ପ୍ରତାପ ପରିଡା, ରାଜେନ୍ଦ୍ର ରାଉଳ, ଧନଞ୍ଜୟ କରଣ, ମୃତୁ୍ୟଞ୍ଜୟ କରଣ, ମାନସ ନାୟକ, ଈଶ୍ୱର ରାଉଳ, ସଞ୍ଜୟ କରଣ, ଜନ୍ମେଜୟ ଲେଙ୍କା, ସଞ୍ଜୟ ମଲ୍ଲିକ, ତାପସ କରଣ, ଜିତେନ୍ଦ୍ର ବାରିକ ଓ ସ୍ମୃତିରଞ୍ଜନ ଲେଙ୍କା ପ୍ରମୁଖ ପରି·ଳନା କରିଥିଲେ ।