Odisha news

ଜାଗାବାଡି ମାପଚୂପକୁ ନେଇ ତହସିଲ ପକ୍ଷରୁ ଅବହେଳା

0

ତିହିଡ଼ି,୧୨/୦୧(ଯଦୁମଣି ପାଣିଗ୍ରାହୀ) ଆମ ଜାଗାବାଡି ଆମକୁ ଚିହ୍ନେଇ ଦିଅ, ଆମେ ତିନିଭାଇ, ଭାଗବଣ୍ଟା କରି ଘର କରିବୁ ଆଉ ସୀମାରେ ବାଡ ମଧ୍ୟ ବସାଇବୁ । ତହସିଲଦାରଙ୍କ ଜରିଆରେ ମାପଚୂପ କରି ନିଜର ଜାଗାବାଡି ଚିହ୍ନଟ କରିବା ଲାଗି ବିଗତ ୧୨ ବର୍ଷ ଧରି ଆବେଦନ କରି ଆସୁଛନ୍ତି ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅଧିନ ମହରମପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ପଶୁପାଳକ, ମାଧବାନନ୍ଦ ପଶୁପାଳକ ଓ କାର୍ତ୍ତିକ ପଶୁପାଳକ । ଆଜିକାଲି କହି ବର୍ଷବର୍ଷ ବିତିଗଲା ପରେ କର୍ମ·ରୀମାନଙ୍କୁ ହାତଖର୍ଚ୍ଚ ଦେଇ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ତେବେ କରୋନା କାଳରେ ଏହା ବନ୍ଦ ରହିଥିବା ବେଳେ ଗତ ୦୬.୦୬.୨୩ ରିଖରେ ମାପଚୂପ ପାଇଁ ଏକ ତାରିଖ ନିର୍ଦ୍ଧାରଣ କରାଯାଇଥିଲା । ମାତ୍ର ପରେ ଏହାକୁ କାର୍ଯ୍ୟକାରୀ କରିବାରେ ପ୍ରଶାସନିକ ଅବହେଳା ପ୍ରଦର୍ଶନ କରାଯାଇଥିଲା । ପରେ ଏହା କରିବା ଲାଗି ଆବେଦନକାରୀଙ୍କ ପକ୍ଷରୁ କିରାଣୀମାନଙ୍କୁ ହାତଖର୍ଚ୍ଚ ଦିଆଯାଇଥିଲା ଯାହାକୁ ନେଇ ଶୁକ୍ରବାର ଅର୍ଥାତ୍ ଆଜି ତା ୧୨.୦୧.୨୪ରିଖରେ ହେବ ବୋଲି ଗତ ୧୬.୧୨.୨୩ରିଖରେ ଆବେଦନକାରୀଙ୍କୁ ନୋଟିସ ଜାରି ହୋଇଥିଲା । ଏନେଇ ଏହି ପକ୍ଷ ନିଜ ତରଫରୁ ବେସରକାରୀ ଅମିନ୍ ଓ ଚେନ୍ମେନ୍ ଯୋଗାଡ କରିବା ସହିତ ସ୍ଥାନୀୟ ପୋଲିସ ଓ ଭଦ୍ରଲୋକମାନଙ୍କୁ ଉପସ୍ଥିତ ନିବେଦନ କରିଥିଲେ । ତଦନୁଯାୟୀ ଆଜି ସକାଳୁ ସଠିକ୍ ସମୟରେ ସମସ୍ତେ ଆସି ପହଁଞ୍ଚôଥିଲେ । ମାତ୍ର ତହସିଲ କାର୍ଯ୍ୟାଳୟରୁ କେହି ଆସିଲେ ନାହିଁ । ଫୋନ୍ କଲା ବେଳକୁ ଅତିରିକ୍ତ ତହସିଲଦାର ନମିତା ଧଳ ଉକ୍ତ ମାପଚୂପ୍ ବାତିଲ୍ ହୋଇଥିବା କହିଥିଲେ । ଯାହାକୁ ନେଇ ଆବେଦନକାରୀଙ୍କ ସମେତ ମହିଳାମାନେ ତହସିଲ କାର୍ଯ୍ୟାଳୟ ଭିତରେ ପାଲ ପକାଇ ଧାରଣାରେ ବସିଲେ । ଶେଷରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚôଥିଲା । ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ସେମାନଙ୍କୁ ଯେତେ ବୁଝାସୁଝା କରିଥିଲେ ମଧ୍ୟ ଫଳ୍ ଶୂନ ହୋଇଥିଲା । ଆସନ୍ତା ୧୯ ଓ ୨୦ ତାରିଖରେ ଉକ୍ତ ଜାଗାବାଡି ମାପ୍ଚୂପ କରାଯିବାର ପ୍ରତିଶୃତି ମିଳିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

Leave A Reply