ତିହିଡି,୦୮/୦୩: ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସୋମବାର ତିହିଡିସ୍ଥିତ ଟାଉନହଲ ପରିସରରେ ବିଜେପି ପକ୍ଷରୁ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ସରପଞ୍ଚ ସ୍ୱର୍ଣ୍ଣମୟୀ ଜେନା ଅଧ୍ୟକ୍ଷତା କରିଥିଲେ । ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଲ୍ଲିକ, ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରଘୁନାଥ ପାତ୍ର, ଜିଲ୍ଲା ଉପସଭାପତି ଦୁର୍ଗାଚରଣ ନାୟକ, ସାହାଡାସୁନ୍ଦରୀ ମଣ୍ଡଳ ସଭାପତି ପ୍ରଦୀପ ବଳ, ଅଲିଳପ୍ରଭା ରାଉଳ ଓ ଝରଣା ଯେନା, ମହିଳା ମୋର୍ଚ୍ଚା ସଭାନେତ୍ରୀ ରୀନାରାଣୀ ସ୍ୱାଇଁ, ମନୋରମା ଜେନା ଯୋଗ ଦେଇ ନିର୍ଯାତନା ବଢୁଥିବାରୁ ମହିଳା ମାନେ ନିଃସହାୟ ହୋଇ ପଡୁଛନ୍ତି, ଏହି ପରିପ୍ରେକ୍ଷୀରେ ସଙ୍ଗଠିତ ହୋଇ ଏହା ବିରୋଧରେ ଦୃଢ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ ବୋଲି ମତ ଦେଇଥିଲେ । ଏହି ଅବସରରେ ଭାଟପଡା ସରପଞ୍ଚ ସ୍ୱର୍ଣ୍ଣମୟୀ ଜେନା, ମହରମପୁର ସରପଞ୍ଚ ଅଲିଳପ୍ରଭା ରାଉଳ, ଫତେପୁର ସରପଞ୍ଚ ଝରଣା ଯେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଐଶାନ୍ୟଚଣ୍ଡୀ ମଣ୍ଡଳ ସଭାପତି ପ୍ରମୋଦ ଦାସ, ସରପଞ୍ଚଙ୍କ ପ୍ରତିନିଧି ପ୍ରତାପ ଜେନା, ସରୋଜ ଦାସ ପ୍ରମୁଖ କାର୍ଯ୍ୟକ୍ରମ କରିଚାଳନା କରିଥିଲେ ।