ତିହିଡି,୦୮/୦୩: ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସୋମବାର ତିହିଡିସ୍ଥିତ ବିଜେଡି କାର୍ଯ୍ୟାଳୟରେ ବ୍ଲକସ୍ତରୀୟ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡି ମହିଳା ମୋର୍ଚ୍ଚାର ସଭାନେତ୍ରୀ କଳ୍ପନା ନାୟକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବିଦୁ୍ୟତଲତା ନାୟକ ଯୋଗ ଦେଇ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି । ଯାହାଦ୍ୱାରା ମହିଳାମାନେ ନିଜ ଗୋଡରେ ଛିଡା ହେବାକୁ ସକ୍ଷମ ହୋଇ ପାରିଥିବା କହିଥିଲେ ।
ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ରୀତାଞ୍ଜଳି ପାତ୍ର, ବ୍ଲକ ସଭାପତି ରଘୁନାଥ ପଣ୍ଡା, ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ଅସିତ ଦାସ, ତିହିଡି ବ୍ଲକ ପ୍ରତିନିଧି ବାପୁଜୀ ନାୟକ, ସରପଞ୍ଚ କୀର୍ତ୍ତନ ରାଉତ ଓ ତିଳୋତ୍ତମା ବେହେରା, ମହିଳା ନେତ୍ରୀ ରଶ୍ମୀତା ନାୟକ, ପ୍ରଭାତି ବାରିକ, ବାସୁଦେବପୁର ବିଜେଡି ଛାତ୍ର ସଭାପତି କାଳନ୍ଦୀ ସାହୁ ଯୋଗ ଦେଇ ମହିଳା ମାନଙ୍କୁ ସବୁ କ୍ଷେତ୍ରରେ ଗୁରୁତ୍ୱ ଦିଆଯାଇ ଥିବାରୁ ସେମାନେ ସମ୍ମାନର ସହ ରହିଥିବା ମତବ୍ୟକ୍ତ କରିଥିଲେ । ଏହି ସମ୍ମିଳନୀରେ ବିଭିନ୍ନ ବ୍ଲକରୁ ଆସିଥିବା ମହିଳା ମାନେ ଯୋଗ ଦେଇଥିଲେ ।