Odisha news

ସରିଲା ୩୪ଟି ତୁମ୍ବର ବିନ୍ଧ କାର୍ଯ୍ୟ : ବିଶ୍ୱ ପ୍ରଶିଦ୍ଧ ଘୋଷଯାତ୍ରା ପାଇଁ ପ୍ରତିଦିନ ସକାଳେ ରଥଖଳାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ୧୬୨ଜଣ ସେବାୟତଙ୍କର ଥର୍ମାଲ ସ୍କ୍ରିନିଙ୍ଗ

0

ପୁରୀ :ବିଶ୍ୱ ପ୍ରଶିଦ୍ଧ ଘୋଷଯାତ୍ରା ପାଇଁ ପ୍ରତିଦିନ ଭଳି ଗୁରୁବାର ସକାଳେ ରଥଖଳାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ୧୬୨ଜଣ ସେବାୟତଙ୍କର ଥର୍ମାଲ ସ୍କି୍ରନିଂ କରାଯାଇଥିଲା । ଥର୍ମାଲ ସ୍କି୍ରନିଂରୁ ସମସ୍ତ ସେବକ ସୁସ୍ଥ ଥିବା ଜଣାପଡିଛି । ଏଥିସହ କୋଭିଡ-୧୯ ପରୀକ୍ଷା ପାଇଁ ବୁଧବାର ଦିନ ୫୫ଜଣଙ୍କର ସ୍ୱାବ ନମୁନା ସଂଗହ ହୋଇଥିବା ବେଳେ ଆଜି ୭୫ଜଣଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇଛି ।

ଆଜିସୁଦ୍ଧା ଅନୁକୂଳ ଚକକୁ ଛାଡି ରଥଖଳାରେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥର ବର୍ତ୍ତମାନ ସୁଦ୍ଧା ୩୪ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷର ଥର ଗୋଟିଏ ଚକରେ ପହି ଲାଗି ହୋଇ ବିଲେଇ ବାଡିଆ କାମ ଚାଲିଛି । ଅନ୍ୟ ଗୋଟିଏ ଚକରେ ପହି ଲାଗି ଶେଷ ହୋଇଥିବା ବେଳେ ବିଲେଇ ବାଡିଆ କାମ ହେବାକୁ ରହିଛି ।

ଅନ୍ୟ ଗୋଟିଏ ଚକରେ ଅର ସଂଯୋଗ ସରି ପହି ଲାଗିବା ବାକି ରହିଛି । ସୁଭଦ୍ରାଙ୍କ ରଥର ୨ଟି ଚକରେ ଅର ଓ ପହି ସଂଯୋଗ ଚାଲିଛି । ୬ଟି ତୁମ୍ବରେ ବିନ୍ଧ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦୁଇଟି ତୁମ୍ବର ବିନ୍ଧ କାମ ବାକି ରହିଛି । ତାଳଧ୍ୱଜ ରଥର ୨ଟି ଚକରେ ପହି ଲାଗି ହେବାକୁ ଥିବାବେଳେ ଗୋଟିକରେ ଅର ସଂଯୋଗ ଶେଷ ହୋଇଛି । ୧୧ଟି ଗୁଜରେ ସିଂହ ବିରାଳ ଖୋଦେଇ ଶେଷ ହୋଇଥିବା ବେଳେ ୯ଟି ଜଳଯନ୍ତ୍ର କାର୍ଯ୍ୟ ଶେଷ ହୋଇଛି ।

Leave A Reply