Odisha news

ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଡାଏ ଉଇଥ୍ ଡିଗ୍ନିଟି’ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଓ ଶୁଖିଲା ଖାଦ୍ୟ ବଂଟନ

0

ନେମାଳ : କରୋନା ମହାମାରୀର ମୁକାବିଲା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ହେଉଥିଲା ବେଳେ ନିଶ୍ଚିନ୍ତକୋଇଲି ବ୍ଲକର ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଡାଏ ଉଇଥ୍ ଡିଗ୍ନିଟି’ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ, ଶୁଖିଲା ଖାଦ୍ୟ ଓ ମାକ୍ସ ବଂଟନ କରାଯାଉଥିବା ଦେଖିବାକୁ ମିଳିଛି । ଅନୁଷ୍ଠାନର ସଭ୍ୟ ଡ. କ୍ଷୀରୋଦ କୁମାର ମିଶ୍ର ଓ ଯୁବ ସାମାଜିକ କର୍ମୀ ଅମରେନ୍ଦ୍ର ମିଶ୍ରଙ୍କ ତତ୍ୱାବଧାନରେ ନେମାଳ ମହାପୁରୁଷ ଅଚୁ୍ୟତାନନ୍ଦଙ୍କ ପୀଠର ସେବାୟତ ତଥା ପୂଝାରୀମାନଙ୍କୁ ମାକ୍ସ ଓ ଶୁଖିଲା ଖାଦ୍ୟ ବଂଟନ କରିବା ସହ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି ।

ପୀଠକୁ ଆସୁଥିବା ଭକ୍ତମାନଙ୍କୁ କରୋନା ପାଇଁ ମାକ୍ସ ପିନ୍ଧିବା, ସାମାଜିକ ଦୂରତା ବଜାୟୀ ରଖିବାକୁ ଅନୁରୋଧ କରିବା ସହ କରୋନା ମହାମାରୀଠାରୁ ମୁକ୍ତି ପାଇବା ପାଇଁ ମହାପୁରୁଷଙ୍କଠାରେ ପ୍ରାର୍ଥନା କରିଥିଲେ । ଏଥିସହିତ ଉକ୍ତ ଅନୁଷ୍ଠାନ ବାଲିଆପଦା ପଂଚାୟତ ଖଣ୍ଡସାହି ଓ ସରପଡା ପଂଚାୟତରେ ଥିବା ଦୁସ୍ଥ ଓ ଗରୀବ ଶ୍ରେଣୀର ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଓ ମାକ୍ସ ବଂଟନ କରିଥିଲେ । ଉକ୍ତ ଅନୁଷ୍ଠାନ ସମାଜରେ ନିଶା ନିବାରଣ ପାଇଁ ସଚେତନତା ସୃଷ୍ଟି କରିବା ସହ ଆଗାମୀ ଦିନରେ ବୃଦ୍ଧ ବୃଦ୍ଧାମାନଙ୍କୁ ଥଇଥାନ ଓ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖି ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।

Leave A Reply