ନେମାଳ : ନିଶ୍ଚିନ୍ତକୋଇଲି ଶିକ୍ଷା ମଣ୍ଡଳ ଅଧିନସ୍ଥ ଖଣ୍ଡାୟତ ପଟକିରା ଉଚ୍ଚ ବିଦ୍ୟାଳୟରେ ଗତ ୩ ମାସ ତଳେ ମଧ୍ୟାହ୍ନ ଭୋଜନରେ ହୋଇଥିବା ଦୁର୍ନୀତିର ତଦନ୍ତ ସରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ବିଳମ୍ବକୁ ନେଇ ଛାତ୍ର ଅଭିଭାବକ , ଗ୍ରାମବାସୀ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକରେ ଶିକ୍ଷକଙ୍କୁ ସର୍ବଶିକ୍ଷା ଅଭିଯାନର ସର୍ବଗିଳା ବୋଲି ଲୋକେ ଅଙ୍ଗୁଳି ନିଦେ୍ର୍ଦଶ କରୁଛନ୍ତି ।
ଅଭିଯୋଗରୁ ପ୍ରକାଶ ଗତ ୨୨.୧.୨୦୨୦ ଓ ୨୫.୧.୨୦୨୦ ରିଖରେ ମଧ୍ୟାହ୍ନ ଭୋଜନ ପ୍ରଦାନରେ ବ୍ୟାପକ ଅନୀୟମିତତା ହୋଇଥିବା ମଣ୍ଡଳ ଶିକ୍ଷାଅଧିକାରୀ, ଜିଲ୍ଲାଶିକ୍ଷାଧିକାରୀ, କଟକ ଜିଲ୍ଲାପାଳ, ରାଜ୍ୟ ମଧ୍ୟାହ୍ନ ଭୋଜନ ଅଧିକାରୀଙ୍କଠାରେ ଅଭିଯୋଗ ହୋଇଥିଲା । ଅଭିଯୋଗକ୍ରମେ ଉକ୍ତ ଦୁର୍ନିତିକୁ ଚପାଇ ଦେବାପାଇଁ ଅଭିଯୁକ୍ତ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ହାତଗୁଞ୍ଜା ଦେଇ ଘଟଣାକୁ ଚପାଇ ଦେବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । କିିଛି ଦିିନ ବିଳମ୍ବରେ ତଦନ୍ତ ପାଇଁ ନିଦେ୍ର୍ଦଶ ହୋଇଥିଲା ବେଳେ ଦୁଇ ଜଣ ଭାରପ୍ରାପ୍ତ ଏବିଇଓ ନିକୁଞ୍ଜ ବିହାରୀ ମହାନ୍ତି ଓ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଗତ ୩.୩.୨୦୨୦ ତାରିଖରେ ତଦନ୍ତ କରି ବିଇଓ ମନୋରଂଜନ ବାରିକଙ୍କୁ ତଥ୍ୟ ପ୍ରଦାନ କରିଥିଲେ ।
ପରେ ପରେ ବିଇଓ ଘଟଣାର ସବିଶେଷ ବିବରଣୀ ଜିଲ୍ଲାଶିକ୍ଷାଧିକାରୀ ଓ ଜିଲ୍ଲା ମଧ୍ୟାହ୍ନ ଭୋଜନ ଅଧିକାରୀଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ଘଟଣା ଘଟିବାର ତିନି ମାସ ବିତିଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନହେବାରୁ ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତା , ପଂଚାୟତର ସରପଂଚ, ୱାର୍ଡ ସଭ୍ୟ ଓ ଛାତ୍ରାଭିଭାବକ ଏହାକୁ ବିରୋଧ କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପୁନର୍ବାର ମଣ୍ଡଳଶିକ୍ଷାଧିକାରୀ ମନୋରଂଜନ ବାରିକଙ୍କଠାରେ ଅଭିଯୋଗ କରିଥିଲା ବେଳେ ଜିଲ୍ଲାଶିକ୍ଷାଧିକାରୀ ନିରଞ୍ଜନ ବେହେରା ଓ ରାଜ୍ୟ ମଧ୍ୟାହ୍ନ ଭୋଜନ ଅଧିକାରୀ ଗଙ୍ଗାଧର ସାହୁଙ୍କଠାରେ କାର୍ଯ୍ୟାନୁଷ୍ଠାନ ପାଇଁ ମେଲ୍ ମାଧ୍ୟମରେ ଅଭିଯୋଗ ଜଣାଇଛନ୍ତି ।
କିନ୍ତୁ ଦୀର୍ଘ ତିନିମାସ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ବିଦ୍ୟାଳୟ ପରିଚାଳନା କମିଟି ଓ ଛାତ୍ରାଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏବିଷୟରେ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ବାରିକଙ୍କୁ ପଚାରିବାରୁ ଖଣ୍ଡାୟତ ପଟକିରା ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଦୁର୍ନିତିରେ ଅଭିଯୁକ୍ତ ଅକ୍ଷୟ କୁମାର ନନ୍ଦଙ୍କ ଉପରେ ତଦନ୍ତ କାର୍ଯ୍ୟ ଶେଷ ହୋଇଛି । ଏ ବିଷୟରେ ସବିଶେଷ ବିବରଣୀ ଦୀର୍ଘ ଦିନ ହେବ ଜିଲ୍ଲା ଶିକ୍ଷାଧିକାରୀ ଓ ରାଜ୍ୟ ନୋଡାଲ ଅଫିସରଙ୍କଠାରେ ପ୍ରଦାନ କରାଯାଇଛି ।
ରାଜ୍ୟ ନୋଡାଲ ଅଫିସରଙ୍କ ନିଦେ୍ର୍ଦଶ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ପ୍ରକାଶ କରିଛନ୍ତି ିା ଏ ବିଷୟରେ ଜିଲ୍ଲାଶିକ୍ଷାଧିକାରୀ ନିରଞ୍ଜନ ବେହେରାଙ୍କୁ ପଚାରିବାରୁ ଅଭିଯୋଗର ତଦନ୍ତ ରିପୋର୍ଟ ଆସିଛି ରାଜ୍ୟ ନୋଡାଲ ଅଫିସରଙ୍କ ନିଦେ୍ର୍ଦଶ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଛି । ଅପରପକ୍ଷରେ ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁଙ୍କଠାରେ ଅଭିଯୋଗ ଓ ତଦନ୍ତର ସମସ୍ତ ତଥ୍ୟ ପହଂଚିଥିଲେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଭିଯୁକ୍ତ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିଲା ବେଳେ ରାଜନୀତିକ ଚାପରେ ରାଜ୍ୟ ନୋଡାଲ ଅଫିସର କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରୁନାହାଁନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଥିଲା ବେଳେ ଉଚ୍ଚ ପଦସ୍ଥ ଅଧିକାରୀ ମୋଟା ଅଙ୍କରହାତ ଗୁଞ୍ଜା ନେଇ ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରୁଥିବା ଛାତ୍ର ଅଭିଭାବକ ମହଲରେ ଅଭିଯୋଗ ହୋଇଛି ।