କାକଟପୁର: କାକଟପୁର ବ୍ଳକରେ ଦୀଘ ୨ମାସ ଧରି ମହାମାରୀ କରୋନାର ଯୋଦ୍ଧା ଭାବେ କାର୍ଯ୍ୟକରୁଥିବା ଡାକ୍ତର, ପୋଲିସ୍, ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ବିଭିନ୍ନ ପଂଚାୟତର ସରପଂଚମାନଙ୍କୁ ଆଜି ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ମାଧବାନନ୍ଦ ନିକଟସ୍ଥ ମା ଭଦରେଇ ପୀଠରେ ଏକ ସମ୍ବର୍ଦ୍ଧନା ଉସôବ ଆୟୋଜନ କରାଯାଇଥିଲା ।
ସଂଘର ସଭାପତି ତଥା ବରିଷ୍ଠ ଶିକ୍ଷାବିତ୍ ଲକ୍ଷ୍ମୀଧର ଖୁଂଟିଆଙ୍କ ପୌରହିତରେ ଆୟୋଜିତ ଏହି ଉସôବରେ କାକଟପୁର ଥାନା ଭାରପ୍ରାପ୍ତ ଅଧିକାରୀ ସୁଜିତ୍ କୁମାର ଦାସ, ହାବିଲଦାର ଦୁର୍ଗା ଚରଣ ମହାନ୍ତି, ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଧିର କୁମାର ନାୟକ, ଡାକ୍ତର ପ୍ରିୟ ରଂଜନ ବେହେରା, ସିଡିପିଓ, କଂଟାପଡା ସରପଂଚ ଗଗନ ବିହାରୀ ଦାଶ, କାକଟପୁର ଗ୍ରାମପଂଚାୟତ ସରପଂଚ ସୌଦାମିନୀ ବରାଳଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇ ଉତରୀୟ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ବରିଷ୍ଠ ନାଗରୀକ ସଂଘ ପକ୍ଷରୁ ନୃଶିହଂ ଚରଣ ପାଢି, ଦିବାକର ପରିଡା, ଅଣାୟତ ମଠର ମଠାଧିସ ଅଣାୟତ ବାବା (ବଂଶୀଧର ଦାସ), ଭ୍ରମରବର ପଢିଆରୀ, ଜିତେନ୍ଦ୍ର ଦିକ୍ଷିତ୍, ଅକ୍ଷୟ ଦିକ୍ଷିତ୍, ପ୍ରଶନ୍ନ ସ୍ୱାଇଁ, ଧୁଷାସନ ଭୋଇ, ପୁରସ୍ତମ କାଣ୍ଡି, ଅକ୍ଷୟ ବେହେରା, ରମେଶ ଚନ୍ଦ୍ର ସାହୁ, ଶରତ ଦାସ, ପଦ୍ମଚରଣ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ ।