Odisha news

ମହାକୁଂଭ ୨୦୨୫ : ବଲିଉଡ ଅଭିନେତ୍ରୀ ରୁ ସାନ୍ୟାସିନୀ ହୋଇଥିବା ମମତା କୁଲକର୍ଣ୍ଣିଙ୍କ ସମୁଦାୟ ସମ୍ପତି କେତେ

0

ବଲିଉଡ ର ୯୦ ଦଶକର ଅଭିନେତ୍ରୀ ମମତା କୁଲକର୍ଣ୍ଣି ନିଜ ସମୟ ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ, ସେ ବହୁ ପୂର୍ବରୁ ଅଣ୍ଡର ୱାର୍ଲଡ ସହିତ ତାଙ୍କର ସମ୍ପର୍କ ଥିବାକୁ ନେଇ ଚର୍ଚାରେ ରହିଥିଲେ, ସେ ପୁନର୍ବାର ଚର୍ଚାକୁ ଆସିଛନ୍ତି l ନିକଟରେ ପ୍ରୟାଗରାଜ ରେ ଚାଲିଥିବା ମହାକୁଂଭ ରେ ତାଙ୍କର ସନ୍ୟାସ ନେବାର ଖବର ସାମ୍ନାକୁ ଆସିଛି, ମମତା କୁଲକର୍ଣ୍ଣି ଯିଏକି ବର୍ତମାନ ମହାମଣ୍ଡଳେଶ୍ୱର ମମତା ନନ୍ଦ ଗିରୀ ଭାବରେ ନାମିତ ହୋଇଛନ୍ତି, କିନ୍ନର ଅଖାଡା ଦ୍ୱାରା ତାଙ୍କୁ ମହାମଣ୍ଡଳେଶ୍ୱର ଉପାଧି ଦିଆଯାଇଛି l

ଗୋଟିଏ ରିପୋର୍ଟ ଅନୁସାରେ ମମତା କୁଲକର୍ଣ୍ଣି ଙ୍କ ସମୁଦାୟ ସମ୍ପତି ପାଖାପାଖି ୧୦ ମିଲିୟନ ଡଲାର ଅଟେ, ଯାହାକି ଭାରତୀୟ ମୁଦ୍ରାରେ ୮୫ କୋଟୀ ଅଟେ, ବଲିଉଡ ଠାରୁ ବର୍ତମାନ ସେ ଦୂରତା ରଖିଛନ୍ତି, ୨୦୦୦ ମସିହାରେ ସେ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି ଛାଡି ଦେଇଥିଲେ  ଏବଂ ଲାଇମ ଲାଇଟ ଠାରୁ ମଧ୍ୟ ଦୁରେଇ ରହିଥିଲେ l ୨୦୧୫ ରେ ସେ ଡ୍ରଗ୍ସ କେଶ ରେ ତାଙ୍କ ନାମ ଆସିଥିଲା, ଏହି ଘଟଣା ସମ୍ପୂର୍ଣ ଭାବରେ ତାଙ୍କ ଜୀବନ କୁ ବଦଳାଇ ଦେଇଥିଲା l ଏବଂ ଏହି କଠିନ ସମୟ ତାଙ୍କୁ ଆଧ୍ୟାତ୍ମିକ ରାସ୍ତା ଆଡକୁ ଟାଣି ନେଇଥିଲା l

ମମତା କୁଲକର୍ଣ୍ଣି ନିଜ ଚଳଚିତ୍ର କ୍ୟାରିଅର ର ଆରମ୍ଭ କରିଥିଲେ ୧୯୯୨ ରେ ଆସିଥିବା ଚଳଚିତ୍ର ତ୍ରିରଙ୍ଗା ରୁ, ଏହାପରେ ସେ ଅନେକ ଗୁଡିଏ ଚଳଚିତ୍ରରେ କାର୍ଯ୍ୟ କରିଥିଲେ, ୯୦ ଦଶକ ରେ ତାଙ୍କ ଲୋକ ପ୍ରିୟତା ଚରମ ସୀମାରେ ଥିଲା l ବଲିଉଡ ରୁ ଦୁରେଇ ଯାଇ ମମତା କୁଲକର୍ଣ୍ଣି ଆଧ୍ୟାତ୍ମିକ ରାସ୍ତାକୁ ବାଛି ନେଇଥିଲେ l ପ୍ରୟାଗରାଜ ରେ ତାଙ୍କର ସନ୍ୟାସୀ ହେବାର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା l

Leave A Reply