Odisha news

କରୋନା ଭାଇରସ୍‌ର ଏନ୍ତୁଡ଼ିଶାଳ ଚୀନର ଉହାନ ସହରରେ ଥିବା ଭାଇରୋଲୋଜି ଇନ୍‌ଷ୍ଟିଚିଉଟ୍‌ରେ ଏବେ ବି କରୋନା ଆକ୍ରାନ୍ତ ୩ଟି ପ୍ରଜାତିର ବାଦୁଡ଼ି ଥିବା ସୂଚନା :

0

ବେଜିଂ: କରୋନା ଭାଇରସ୍‌ର ଏନ୍ତୁଡ଼ିଶାଳ ଚୀନର ଉହାନ ସହରରେ ଥିବା ଭାଇରୋଲୋଜି ଇନ୍‌ଷ୍ଟିଚିଉଟ୍‌ରେ ଏବେ ବି କରୋନା ଆକ୍ରାନ୍ତ ୩ଟି ପ୍ରଜାତିର ବାଦୁଡ଼ି ଥିବା ସୂଚନା ରହିଛି। ମାତ୍ର ଏହି ୩ ପ୍ରଜାତିର ବାଦୁଡ଼ିରେ ଥିବା ଭାଇରସ୍‌ର ମଣିଷ ଶରୀରରେ ଶରୀରରେ ଥିବା କରୋନା ଭାଇରସ୍‌ର କୌଣସି ସଂପର୍କ ନାହିଁ ବୋଲି ଦାବିର ସହ କହିଛନ୍ତି ଇନ୍‌ଷ୍ଟିଚିଉଟ୍‌ର ନିର୍ଦ୍ଦେଶକ।

ଗବେଷଣା କହୁଛି ଯେ ପୂରା ବିଶ୍ବରେ ଏବେ ସୁଦ୍ଧା ୩ ଲକ୍ଷ ୪୦ ହଜାର ଲୋକଙ୍କ ଜୀବନ ନେଇ ସାରିଥିବା ମାହାମାରୀ କରୋନା ଭାଇରସ୍‌ ପ୍ରଥମେ ବାଦୁଡ଼ି ଦେହରୁ ଆରମ୍ଭ ହୋଇ ପରେ ସ୍ତନ୍ୟପାୟୀ ପ୍ରାଣୀଙ୍କ ଦେହକୁ ବ୍ୟାପିଥିଲା।

ମାତ୍ର ଉହାନରେ ଥିବା ଇନ୍‌ଷ୍ଟିଚିଉଟ୍‌ ଅଫ୍‌ ଭାଇରୋଲୋଜିର ନିର୍ଦ୍ଦେଶକ କହନ୍ତି, ‘ଭାଇରସ୍‌ ଇନ୍‌ଷ୍ଟିଚିଉଟ୍‌ରୁ ‘ଲିକ୍‌’ ହୋଇଛି ବୋଲି ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଅନ୍ୟ କିଛି ଜଣ ଆଣିଥିବା ଅଭିଯୋଗ ‘ମନଗଢ଼ା’ ଅଟେ।

Sambad English

ନିକଟରେ ମେ ୧୩ ତାରିଖରେ ଏକ ସାକ୍ଷାତ୍‌କାର ଦେଇ ୱାଙ୍ଗ୍‌ ୟାନି କହିଛନ୍ତି କି, ‘ବାଦୁଡ଼ିମାନଙ୍କ ଭିତରୁ କିଛି କରୋନା ଭାଇର୍‌ସକୁ ସଂଗ୍ରହ କରାଯାଇ ରଖାଯାଇଛି। ଏବେ ଆମ ନିକଟରେ ୩ ପ୍ରକାରର ଜୀବନ୍ତ ଭାଇରସ୍‌ ଅଛି। ଯାହାର କି ସାର୍‌ସ-କୋଭିଡ୍‌-୨ ସହିତ ୭୯.୮ ପ୍ରତିଶତ ସାମଞ୍ଜସ୍ୟ ରହିଛି।’

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏକ ଗବେଷକ ଦଳ ୨୦୦୪ ମସିହାରୁ ଏହି କରୋନା ଭାଇରସ୍‌କୁ ନେଇ ଗବେଷଣା ଆରମ୍ଭ କରି ସାରିଛନ୍ତି। ଇନ୍‌ଷ୍ଟିଚିଉଟ୍‌ ଅଫ୍‌ ଭାଇରୋଲୋଜିର ନିର୍ଦ୍ଦେଶକଙ୍କ କହିବାନୁସାରେ ସାର୍‌ସ-କୋଭିଡ୍‌-୨ର ଜିନ୍‌ ସହିତ ସାର୍‌ସର ୮୦ ପ୍ରତିଶତ ସାମଞ୍ଜସ୍ୟ ଲକ୍ଷ୍ୟ କରାଯାଇଛି।

Leave A Reply