Odisha news

ଡ଼ିଆରଡ଼ିଓ ଓ ଡ଼ିଫେନ୍ସ ପକ୍ଷରୁ କରୋନା ରିଲିଫ ପ୍ରଦାନ

0

କୋଣାର୍କ,ସବ୍ୟୁ,ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧିନ ସୁତନ ପଂଚାୟତର ଏକାଧିକ ଗ୍ରାମରେ ଡ଼ିଫେନ୍ସ ସିକ୍ୟୁରିଟ ଫୋର୍ସ ପକ୍ଷରୁ ରବିବାର ଦିନ କରୋନା ରିଲିଫ ପ୍ରଦାନ କରାଯାଇଛି ।ଡ଼ିପେନ୍ସ ସିକ୍ୟୁରିଟ ଫୋର୍ସ ଓ ଡ଼ିଆରଡ଼ିଓ ମିଳିତ ସହଯୋଗରେ ଏହି ସହାୟତା ପ୍ରଦାନ କରାଯାଇଛି ।ସୁତନ ପଂଚାୟତ ଅଧିନ ବାଙ୍ଗୋର ବରପଦ ଗ୍ରାମରେରହୁଥିବା ଦଳିତ ପରିବାରର ଲୋକମାନଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି ।ସହାୟତା ଅଧାରରେ ସେମାନଙ୍କୁ ଡ଼ାଲି, ଚାଉଳ,ତେଲ,ଲୁଣ ମସଲା ଓ ସାବୁନ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଇଛି ।

ଡ଼ିଫେନ୍ସ ସିକ୍ୟୁରିଟ ଫୋର୍ସର ଲେ‌ଫ୍ଟନାଣ୍ଟ କର୍ଣ୍ଣେଲ କପିଲ ଜୋହରୀ ,ନାୟକ ସୁବେଦାର ରାକେଶ କୁମାର ,ସୁତନ ପଂଚାୟତର  ସମାଜସେବୀ କାଶିନାଥ ନାୟକ,  ପ୍ରମୁଖ ଉପସ୍ଥିତ ରହି ୧ ୨ ୫ ରୁ ଉର୍ଦ୍ଧ୍ବ ପରିବାରଙ୍କୁ  ନିରାପତ୍ତାରକ୍ଷୀଙ୍କ ଉପସ୍ଥିତିରେ ଏହି ରିଲିଫ ପ୍ରଦାନ କରାଯାଇଥିଲା ଆଗକୁ ଏହି କାର୍ଯ୍ୟକ୍ରମ ଜାରିରହିବ ବୋଲି   କପିଳ ଜୋହରି ପ୍ରକାଶ କରିଛନ୍ତି। ଡ଼ିଫେନ୍ସ ସିକ୍ୟୁରିଟ ଫୋର୍ସ ପକ୍ଷରୁ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ, ଜନପଥ, ରାମମନ୍ଦିର ଓ ରେଳ ଷ୍ଟେସନରେ ପ୍ରତ୍ୟକ ଦିନ ଏକ ଶହ ଲୋକମାନଙ୍କୁ ରନ୍ଧାଖାଦ୍ୟ ନିୟମିତ ଭାବେ ପ୍ରଦାନ କରାଯାଉଥିବା ବିଭାଗୀୟ ଅଧିକାରୀ ମାନଙ୍କ ଠାରୁ ସୂଚନା ମିଳିଛି ।

Leave A Reply