ଖଲ୍ଲିକୋଟ–୨୪/୦୫–କରନା ସଂକ୍ରମଣ ବିରୋଧ ରେ ସାରା ଦେଶ ସଂଘର୍ଷ କରୁଥିବା ବେଳେସଂକ୍ରମଣ କୁ ରୋକିବା କ୍ଷେତ୍ରରେ ମାଇକ୍ରୋ ବାୟୋଲୋଜିଷ୍ଟ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।ଏବେ ଏହି ଯୁଦ୍ଧରେ ସାମିଲ ହୋଇଛନ୍ତି ଖଲ୍ଲିକୋଟ ଝିଅ ନିମିଶା ମହାପାତ୍ର ।ଓୟୁଏଟି ର ପ୍ରାକ୍ତନ ଅଣୁଜିବ ବିଜ୍ଞାନ ଛାତ୍ରୀ ନିମିଶା ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ମାଇକ୍ରୋ ବାୟୋଲୋଜିଷ୍ଟ ଭାବେ ଯୋଗ ଦେଇଥିଲେ ।ସେଠାରେ କିଛି ଦିନ କାର୍ଯ୍ୟ କରିବା ପରେ ତାଙ୍କୁ ବର୍ତ୍ତମାନ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ସ୍ପେଶାଲୀସ୍ତ ଇନ ମଲେକୁଲାର ବାୟୋଲୋଜିଷ୍ଟ ଭାବେ ନିଯୁକ୍ତି ଦିଆଯାଇଛି ।
ଏହି ଅବସରରେ ଓୟୁଏଟି ର କୁଳପତି ପ୍ରଫେସର ପଞ୍ଜାନ ଅଗ୍ରୱାଲ ଓ ନିର୍ଦ୍ଦେଶକ ପ୍ରଫେସର ବିକାଶ ପଣ୍ଡା ନିମିଶା ଏହି ଗୌରବ ଓ ଗୁରୁଦାୟିତ୍ୱ ପାଇଥିବା ରୁ ତାଙ୍କୁ ଆଗାମୀ ଦିନରେ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ଦେଇଥିବା ନିମିଶା ଙ୍କ ବାପା ରଜତ କୁମାର ମହାପାତ୍ର ପ୍ରକାଶ କରିଛନ୍ତି ।ନିମିଶା ମହାପାତ୍ର ପୂର୍ବରୁ ଭୁବନେଶ୍ୱର ସ୍ଥିତ ଆରସିଏମ ଆର ରେ କାର୍ଯ୍ୟ କରୁଥିଲେ ।ଏହି ଖବର ଖଲ୍ଲିକୋଟ ରେ ଖୁସି ର ଲହର ଖେଳାଇ ଦେଇଛି ।